ମିଠା ଦୋକାନରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଆଜି ବେଲଗୁଣ୍ଠା ହାଟପଦା-ଜଗନ୍ନାଥ ପ୍ରସାଦ ରୋଡ଼ ରେ ଥିବା ସମ୍ବିତ୍ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ସଂଧ୍ୟା ସମୟରେ ତ୍ରିଲୋଚନ ବେହେରାଙ୍କ ହୋଟେଲରେ ମିଠା ତିଆରି କାମ ଚାଲିଥିବା ବେଳେ କୌଣସି କାରଣରୁ ହଠାତ୍ ନିଆଁ ଲାଗିଯାଇଥିଲା ।ଦେଖୁ ଦେଖୁ ନିଆଁ ହୋଟେଲ ସାରା ବ୍ୟାପି ଯାଇଥିଲା ।ପାଖରେ ଥିବା ତ୍ରିଲୋଚନ ଙ୍କ ପରିବାର ବର୍ଗ ଦୌଡ଼ି ଦୌଡ଼ି ବାଡି ପଟ କୁ ଚାଲି ଯାଇଥିଲେ। ଫଳରେ କେହି ମୃତାହତ ହୋଇନଥିବା ଜଣାପଡିଛି ।ଖବର ପାଇ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାଖାପାଖି ୪୫ ମିନିଟ୍ ପରେ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ତ୍ରିଲୋଚନ ବେହେରାଙ୍କ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି ।


