ଭାରତୀୟ ମିସାଇଲକୁ ନେଇ ପାକ୍ ପ୍ରଧାନମନ୍ତ୍ରୀଙ୍କ ବୟାନ : କହିଲେ ଏପରି କଥା

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ଇମ୍ରାନ ଖାନ୍ ପଂଜାବର ହଫିଜାବାଦ ଜେଲ ଗସ୍ତ କରି ର୍ୟାଲିକୁ ସମ୍ବୋଧନ କରିଥିଲେ । ଏହି ଅବସରରେ ସେ ପ୍ରଥମ ଥର ପାଇଁ ଭାରତୀୟ ମିସାଇଲକୁ ନେଇ ମନ୍ତବ୍ୟ ଦେଇଛନ୍ତି । ଆଉ ଏପରି କଥା କହିଛନ୍ତି ଯାହାକୁ ନେଇ ତାଙ୍କୁ ତାତ୍ସଲ୍ୟର ଶିକାର ହେବାକୁ ପଡିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି ଯେ, ‘ଆମେ ଭାରତୀୟ ମିସାଇଲର ଜବାବ ଦେଇପାରିଥାନ୍ତୁ । କିନ୍ତୁ ଆମେ ସଂଯମତା ରକ୍ଷା କରିଛୁ ।’ ମାର୍ଚ୍ଚ ୯ ତାରିଖରେ ଭାରତୀୟ ସୁପରସୋନିକ ମିସାଇଲର ପରୀକ୍ଷଣ ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନର ଲାହୌର ଠାରୁ ୨୭୫ କିଲୋମିଟର ଦୂରରେ ପଡିଥିଲା । ଫଳରେ ସେଠିକାର ଏକ ଶୀତଳ ଭଣ୍ଡାର କ୍ଷତିଗ୍ରସ୍ତ ହୋଇଥିଲା । ଏହି ଘଟଣାରେ କୌଣସି ଜୀବନହାନୀର ସୂଚନା ନାହିଁ । ରବିବାର ପ୍ରଥମ ଥର ପାଇଁ ଇମ୍ରାନ ଖାନ ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପାକିସ୍ତାନ ଭାରତକୁ କଡା ଜବାବ ଦେଇପାରିଥାନ୍ତା ହେଲେ ସଂଯମତା ରକ୍ଷା କଲା ପାକିସ୍ତାନ ବୋଲି ଇମ୍ରାନ କହିଛନ୍ତି । ହେଲେ ତାଙ୍କର ଏପରି ମନ୍ତବ୍ୟକୁ କଟାକ୍ଷ କରାଯାଇଛି । ତେବେ ନିଜର ସତ୍ତା ରଖକ୍ଷା କରିବାକୁ ଏବେ ଜଟିଳ ପରିସ୍ଥିତି ଦେଇ ଗତି କରୁଛନ୍ତି ଇମ୍ରାନ । ତାଙ୍କୁ ଗାଦିରୁ ହଟାଇବାକୁ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି ବିରୋଧୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ