ବାଳକାଟୀ ଦୋଳ ମେଳନ ପରିପ୍ରେକ୍ଷୀରେ ସଂଲଗ୍ନ ରାସ୍ତାରେ ଭାରିଯାନ ଚଳାଚଳ ଉପରେ କଟକଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତବାଳକାଟୀ ଠାରେ  ଅନୁଷ୍ଠିତ ହେବାକୁ ଥିବା  ପ୍ରସିଦ୍ଧ ଦୋଳ ମେଳନରେ ଟ୍ରାଫିକ୍ ନିୟନ୍ତ୍ରଣ ଓ  ଜନ ଗହଳିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ବାଳକାଟୀ ସଂଲଗ୍ନ ରାସ୍ତାରେ ଦ୍ରବ୍ୟ ପରିବହନ କରୁଥିବା ଟ୍ରକ୍, ଟ୍ରେଲର ଆଦି ଭାରୀଯାନ ଚଳାଚଳ କ୍ଷେତ୍ରରେ କଟକଣା ଲାଗୁ କରାଯାଇଛି । ନିର୍ଦ୍ଦେଶ ଅନୁସାରେଚଳିତ ମାସ ମାର୍ଚ୍ଚ 23ରୁ 26 ତାରିଖ ପର୍ଯ୍ୟନ୍ତ ରଥିଜେମାରୁ କେନାଲ ସେତୁ  ଛକ ଏବଂ କେନାଲ ସେତୁ  ଛକରୁ ଉତ୍ତରା ସେତୁ ଛକ ପର୍ଯ୍ୟନ୍ତ ବାଳକାଟୀ ବଜାର ଅଂଚଳ ରାସ୍ତାରେ ପ୍ରତ୍ୟେହ ଅପରାହ୍ଣ 4ଟାରୁ ସକାଳ 6 ଟା ପର୍ଯ୍ୟନ୍ତ  ଦ୍ରବ୍ୟ ପରିବହନ କରୁଥିବା ଉପରୋକ୍ତ ଭାରୀଯାନ ଚଳାଚଳ ନିଷେଧ ରହିବ । ମୋଟର ଯାନ ଆଇନ୍-1988ର ଧାରା 115 ଏବଂ ଓଡିଶା ମୋଟରଯାନ ଅଧିନିୟମ 1993ର ଉପଧାରା-173  ଅନୁସାରେ ପ୍ରାଧୀକୃତ କ୍ଷମତା ବଳରେ  ଜିଲ୍ଲାମାଜିଷ୍ଟ୍ରେଟ୍ ତଥା ଜିଲ୍ଲାପାଳ,  ଖୋର୍ଦ୍ଧା ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଏହି କଟକଣା ଲାଗୁ କରିଛନ୍ତି ।  ଏହି ନିର୍ଦ୍ଦେଶନାମା ଆସନ୍ତା କାଲି  ମାର୍ଚ୍ଚ 23 ତାରିଖ ଅପରାହ୍ଣ 4ଟାରୁ ମାର୍ଚ୍ଚ 26 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଭୁବନେଶ୍ୱର ଡିସିପି, ଉପ-ଜିଲ୍ଲାପାଳ, ଭୁବନେଶ୍ୱର, ଆଂଚଳିକ ପରିବହନ ଅଧିକାରୀ, ତହସିଲଦାର,ବାଲିଅନ୍ତା, ଆଇ.ଆଇ.ସି. ବାଲିଅନ୍ତା ଥାନା ଏବଂ  ପରିବହନ ବିଭାଗକୁ ଅବଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ