ପରିବେଶ ପରିବର୍ତ୍ତନରେ ଯୁବକଙ୍କ ଭୂମିକା ଆଲୋଚନା ଚକ୍ର
ମୋହନା, (ଅଂଶୁମାନ ପଣ୍ଡା) : ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ପରିବେଶ ପରିବର୍ତ୍ତନରେ ଯୁବକଙ୍କ ଭୂମିକାକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୀମାଞ୍ଚଳ ସାହୁ ଓ ସମ୍ମାନୀତ ଅତିଥି ଆସିକା ବିଜ୍ଞାନ କଲେଜ ଉଦ୍ଭିଦ ବିଜ୍ଞାନର ମୁଖ୍ୟ ଡ.ଶଙ୍କର ପ୍ରସାଦ ଅଧିକାରୀ, ବରିଷ୍ଠ ଶିକ୍ଷାବିତ ମଧୂସୁଦନ ପାଢୀ, ମାର୍ଶାଲ ନାୟକ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ସାମନ୍ତରା ନିଜ ବକ୍ତବ୍ୟରେ ଜଳବାୟୁ ପରିବର୍ତ୍ତନ ହେବାର ମୁଖ୍ୟ କାରଣ ହେଉଛି ଶିଳ୍ପପତି ମାନଙ୍କ ମନୋମୁଖୀ ମନୋଭାବ ଯୋଗୁଁ ଦିନକୁ ଦିନ ପରିବେଶ ପରିବର୍ତ୍ତନ ହେବାରେ ଲାଗିଛି। ଜଙ୍ଗଲ ନଷ୍ଟ, ମୃତ୍ତିକା କ୍ଷୟ, କୋଇଲା,ଗ୍ୟାସ, ଅଏଲର ବହୁଳ ବ୍ୟବହାର, ପ୍ରକୃତିଦତ ପରିବେଶକୁ ନଷ୍ଟ କରିବା ଦ୍ଵାରା ପାଣିପାଗର ବିରାଟ ପରିବର୍ତ୍ତନ ହେବାରେ ଲାଗିଛି ବୋଲି ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ଆଲୋକପାତ କରିଥିଲେ । ସେହିଭଳି ଡ.ଅଧିକାରୀ ମଧ୍ୟ ପରିବେଶ ପରିବର୍ତ୍ତନ ହେବାର ମୁଖ୍ୟ କାରଣ ସମ୍ପର୍କରେ କହିଥିଲେ।ଏହି କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଡକ୍ଟର ପ୍ରଣବାନନ୍ଦ ପାଟ୍ଟୋସୀ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡ.ମନୋରଞ୍ଜନ ପାଣିଗ୍ରାହୀ, ଜଗନ୍ନାଥ ପଣ୍ଡା, ସନ୍ତୋଷ ନନ୍ଦ ,ଶିବ ସୁନ୍ଦର ସୁଖ ବିନ୍ଦର ସିଂ, ଅଧ୍ୟାପିକା ସ୍ଵୟଂପ୍ରଭା ସାହୁ, ଅସ୍ମିତା ସ୍ଵାଇଁ, ରୀତା କୁମାରୀ ଶତପଥୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।


