ପୌରାଞ୍ଚଳର ବିକାଶ ଓ ଭାଇଚାରା ପାଇଁ ବିଜେଡ଼ି ନେତୃବୃନ୍ଦଙ୍କ ଭୋଟର ଭାଇ ଭଉଣୀ ମାନଙ୍କ ନିବେଦନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି ।ରାତି ପାହିଲେ ପୌର ନିର୍ବାଚନ । ସ୍ବାଧୀନତାର ପ୍ରଥମ ଥର ପାଇଁ ବିଜେଡ଼ି ତାର ଅଧ୍ୟକ୍ଷ ସମେତ ସମସ୍ତ ଓ୍ବାର୍ଡର ପ୍ରାର୍ଥୀ ଛିଡ଼ା କରାଇଛି ଏଥିପାଇଁ ରାଜ୍ୟ ବିଜେଡ଼ି ସାଂଗଠନିକ ସଂପାଦକ ତଥା ମୟୂରଭଞ୍ଜ ବିଜେଡ଼ି ପର୍ଯ୍ୟବେକ୍ଷକ ଦିର୍ଘ ୭ ମାସ ହେଲା ଲଗାତାର ଦଳୀୟ କାର୍ଯ୍ୟକ୍ରମ,ସାଂଗଠନିକ କାର୍ଯ୍ୟକ୍ରମ,କର୍ମି ମାନଙ୍କୁ ଏକଜୁଟ କରିବା ,ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମକୁ ଦଳୀୟ କର୍ମୀ ମଧ୍ଯରେ ଘରକୁ ଘର ପହଞ୍ଚାଇବା ଇତ୍ୟାଦି ଜାରି ରଖିବା ସହ ନିର୍ବାଚନ ପ୍ରଚାର ମଧ୍ୟ ଜୋରଦାର କରାଇଥିଲେ । ଏଥିରେ ମୟୂରଭଞ୍ଜ ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା,ବିଜେଡି ଆଇଟି ସେଲ ଅଧ୍ୟକ୍ଷ ସୁବ୍ରତ ଛାଟୋଇ, ସଦର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ,ମୋରଡ଼ା ବିଧାୟକ ରାଜ କିଶୋର ଦାସ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ ରାଜ୍ୟ କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ନାରୀ ନେତ୍ରୀ ପ୍ରିତିନନ୍ଦା କାନୁନଗୋ, ମୟୂରଭଞ୍ଜ ଯୁବ ପର୍ଯ୍ୟବେକ୍ଷକ ଗଣେଶ ମହାପାତ୍ର, ରାଜ୍ୟ ଯୁବ ବିଜେଡ଼ି ସଂପାଦକ ଗଣେଶ ମିଶ୍ର , ରାଜ୍ୟ ଛାତ୍ର ବିଜେଡ଼ି ସଂପାଦକ ବିକାଶ ମହାନ୍ତ ପ୍ରମୁଖ ବିଜେଡ଼ି ପୌର ଅଧ୍ୟକ୍ଷ ପ୍ରାର୍ଥୀ ଅଭିଷେକ ପଟ୍ଟନାୟକ ଓ କାଉନସିଲର ମାନଙ୍କ ପାଇଁ ପଥପ୍ରାନ୍ତ ସଭା,ଘରକୁ ଘର ବୁଲି,ବିଶାଳ ଶୋଭାଯାତ୍ରା କରି ଭୋଟର ଭାଇ ଭଉଣୀ ମାନଙ୍କୁ ଶଙ୍ଖ ଚିହ୍ନରରେ ଭଭୋଟଦେଇ ଜୟଯୁକ୍ତ କରାଇ ରାଇରଙ୍ଗପୁର ସହରରେ ବିକାଶର ଧାରାରେ ସାମିଲ ହେବା ପାଇଁ ନିବେଦନ କରିଥିଲେ ।


