ତୁମୁଡିବନ୍ଧରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ : ୫୧ ଟି ପ୍ରକଳ୍ପ ପ୍ରଦର୍ଶିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ତୁମୁଡିବନ୍ଧ ତହସିଲଦାର ଏମ.ଅନୁରାଧା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମେଳା କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ତୁମୁଡିବନ୍ଧ ଏବିଇଓ ସାଙ୍ଗୁଡ଼ା ରୁପାମାଝୀ, ସରକାରୀ ଉଚ୍ଚ ବିଦ୍ୟାଳୟ ତୁମୁଡିବନ୍ଧ ର ପ୍ରଧାନ ଶିକ୍ଷକ ଶ୍ରୀ ଚନ୍ଦ୍ର ବଳିୟାର ସିଂ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶରତ ଚନ୍ଦ୍ର ଦେଶୀନାୟକ, ଶରତ ଚନ୍ଦ୍ର ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। ତୁମୁଡିବନ୍ଧ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ମୋଟ ୫୧ ଟି ପ୍ରକଳ୍ପ ଉକ୍ତ ମେଳାରେ ପ୍ରଦର୍ଶିତ ହୋଇଥିଲା। ସରକାରୀ ଉଚ୍ଚ ବିଦ୍ୟାଳୟ ବେଲଘରର ବାସୁଦେବ ନାୟକ, ଓଡିଶା ଆଦର୍ଶ ବିଦ୍ୟାଳୟର, ଜଲେଶପଟ୍ଟା ର ପ୍ରତୀକ୍ଷା ନାୟକ, ସରକାରୀ ଉଚ୍ଚ ବିଦ୍ୟାଳୟ, ସିର୍ଲାର ରୁବେନ ପାଟମାଝୀ, ସରକାରୀ ଉଚ୍ଚ ବିଦ୍ୟାଳୟ, ତୁମୁଡିବନ୍ଧର ଦୀପକ ଦିଗାଲ, ମୁଣ୍ଡିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୁନି ମଣ୍ଡଳ, ମାଲିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାଇ ଶକ୍ତି ମଣ୍ଡଳ ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ। ବିଜ୍ଞାନ ଶିକ୍ଷକ ନାଗାର୍ଜୁନ ପ୍ରଧାନ, ଅସିତ କୁମାର ସାହୁ ବିଚାରକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆରସିସି କୁମର ପରାସେଟ, ପ୍ରତାପ ମାନସେଟ, ଜଗନ୍ନାଥ ପାତ୍ର, ଅମୀୟ ବେହେରା, ସିପାନା ମାଝୀ, ସୃଷ୍ଟିଧର ସାମଲ, ଦାରାସିଂ ବାରିକ, ପ୍ରକାଶ ମଣ୍ଡଳ, ଶିକ୍ଷକ ପ୍ରଭାତ କୁମାର ସାହୁ, ଶୁଭେନ୍ଦୁ ଜେନା, ସନ୍ତୋଷ କୁମାର ସାହୁ, ମଧୁସୂଦନ ପାତ୍ର, ବିନୋଦ କୁମାର ବେହେରା, ବିବେକାନନ୍ଦ ପ୍ରଧାନ, ବେଣୁଧର ନାଥ, ଶ୍ୟାମ ସୁନ୍ଦର ନାୟକ ଶିକ୍ଷୟିତ୍ରୀ ଯସ୍ମୀନି ନାୟକ, ରଶ୍ମିତା ନାୟକ, ମମତା ରାଣୀ ବସନ୍ତରାୟ, ବିଧୁରୀତା ପ୍ରଧାନ, ଦେବସ୍ମିତା ସାହୁ, ମଧୁସ୍ମିତା ସାହୁ, ସଲୋମି ଦିଗାଲ, ବୈଜୟନ୍ତି ଚକ୍ର, ଶୁଭଶ୍ରୀ ପରିମାଣିକ, ଗାୟତ୍ରୀ ମହାଙ୍କୁଡ଼, ସୌଭାଗ୍ୟଲକ୍ଷ୍ମୀ ବେହେରା, ନିଳିମା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶିକ୍ଷକ ସୁବର୍ଣ୍ଣ କେଶରୀ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଶ୍ରୀ ଚନ୍ଦ୍ର ବଳିୟାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ତୁମୁଡିବନ୍ଧ ବିଇଓ ଜଗନ୍ନାଥ ସାହୁ ସଭାପତି ଭାବେ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ