ଚାଇଲ୍ଡଲାଇନର ସାମ୍ବାଦିକ ସମ୍ମିଳନୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :ଚାଇଲ୍ଡଲାଇନ କନ୍ଧମାଳ ଜିଲ୍ଲା ତରଫରୁ ବାଲିଗୁଡାର ବନବାସୀ ସେବା ସମିତିର ସଭାଗୃହଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ ଚାଇଲ୍ଡଲାଇନର କନ୍ଧମାଳ ଜିଲ୍ଲାର ନିର୍ଦ୍ଧେଶକ ରବୀନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବନବାସୀ ଅନୁଷ୍ଠାନର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଯୋଦେଇଥିବା ବେଳେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସ,,ଜିଲ୍ଲା ସଂଯୋଜିକା ରଂଜିତା କାମ୍ପୋ ପ୍ରମୁଖ ମଂଚାସୀନ ଥିଲେ । ଶିବ ଶଙ୍କର ବେହେରା ଅତିଥି ପରିଚ କରାଇଥିଲେ । ଜିଲ୍ଲା ସଂଯୋଜିକା ସବୁ ଶିଶୁଙ୍କର ମୌଳିକ ଅଧିକାର ପ୍ରଦାନ କରିବା ସହଶିଶୁ ମାନଙ୍କ ନିମନ୍ତେ ଥିବା ସମସ୍ତ ଆଇନଗତ ସହାୟତା ଉପରେ ଆଲୋଚନା କରିଥିଲେ । ଜିଲ୍ଲାର ତିନୋଟି ସ୍ଥାନ ଜିଉଦୟଗିରି,ବାଲିଗୁଡା ଓ ଦାରିଙ୍ଗିବାଡି ଠାରେ ସବଷ୍ଟେସନ ଖୋଲାଯିବ । ପିଲା ମାନଙ୍କ ବାଲ୍ୟ ବିବାହ ଓ ଦଶମ ପାସ ହେବା ପରେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଉଥିବା ପିଲାଙ୍କୁ ରୋକିବା ସହ ସେମାନଙ୍କ ପାଠପଢା ଉପରେ ଗୁରୁତ୍ୱ ଦେବା ଆଦି ଆଲୋଚନା ହେବା ସହ ଚାଇଲ୍ଡଲାଇନ ଓ ଗଣମାଧ୍ୟମ କିଭଳି ଭଲ ସର୍ମ୍ପକ ରହିପାରିବ ଓ ସୋସିଆଲ ମିଡିଆରେ ଚାଇଲ୍ଡଲାଇନ ତାଙ୍କର ସବୁ କାର୍ଯ୍ୟକଳାପକୁ ଗୁରୁତର ଦେବେ, ସବୁ ଦୋକାନ ରେ ଶିଶୁ ଶ୍ରମିକ ନିୟୋଜିତ କରିବା ଆଇନଗତ ଅପରାଧ,ଦାଦନ ଚାଲାଣ,ବାଲ୍ୟ ବିବାହ ଆଦି ସବୁ ବିଷୟ ନଜର ଆସିଲେ ଚାଇଲ୍ଡଲାଇନ ଫୋନ ନଂ ୧୦୯୮କୁ ଫୋନ କରି ଜଣାଇଲେ ବା ସୁଚନା ଦେଲେ ତାରି ଉପରେ ଚଢାଉ କରି କାର୍ଯ୍ୟାନଷ୍ଠାନ ନିଆଯିବ ଆଦି ସବୁ ବିଷୟରେ ଆଲୋଚନା ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଚାଇଲ୍ଡଲାଇନର ସଦସ୍ୟ ଦିଲିପ ଦାସ,ଅନୁପମ ସାହୁଙ୍କ ସମେତ ବିଶ୍ୱଜିତ ଜେନା,ଖଗେଶ୍ୱର ନାୟକ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ