ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ପ୍ରଦାନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ତରାପୁର ଗ୍ରାମର ଦିବ୍ୟାଙ୍ଗ ସମ୍ସୁଲ ଖାତୁନ୍, ବସନ୍ତିଆ ପଞ୍ଚାୟତ ସିଲନ୍ଦି ଗ୍ରାମର ସୂର୍ଯ୍ୟମଣି ଜେନାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡେଇଙ୍କ ଉପସ୍ଥିତିରେ ଏହି ଟ୍ରାଇସାଇକେଲ ବଣ୍ଟନ କରାଯାଇଥିଲା । ଏହି ସମୟରେ ପୂର୍ବତନ ସମିତି ସଭ୍ୟ ଭୀଷ୍ମେଶ୍ୱର ଦାଶ, ସାମାଜିକ ସୁରକ୍ଷା ବିଭାଗ ଦାୟୀତ୍ୱରେ ଥିବା ଅଧିକାରୀ ନିଶାକର ଖୁଣ୍ଟିଆ ଉପସ୍ଥିତ ଥିଲେ ।


