ଛାତ୍ରୀ ଆତ୍ମ ରକ୍ଷା କୌଶଳ ଉଦଯାପିତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-କ୍ଷତ୍ରିୟବରପୁର ଆଞ୍ଚଳିକବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଠ ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି | ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା ଏହି କାର୍ଯ୍ୟକ୍ରମର ଜ଼ିଲ୍ଲା ସଂଯୋଜକ ଡ଼ ଅମୃତ ସେଠି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରୀ ମାନଙ୍କ ଆତ୍ମ ବିଶ୍ୱାସ ପାଇଁ ଆତ୍ମ ରକ୍ଷା କୌଶଳ ଉପରେ ଗୁରୁତ୍ୱ ଆରୋପ କରିଥିଲେ |ଅନୁଷ୍ଠାନର ଏହି କାର୍ଯ୍ୟକ୍ରମର ସଂଯୋଜକ ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜାତୀୟ ସେବା ଯୋଜନା ଅଧିକାରୀ ସ୍ନିଗ୍ଧା ରାଣୀ ଗଉଡ଼ ଧନ୍ୟବାଦ ଦେଇଥିଲେ |ପ୍ରଶିକ୍ଷଣ ନେଇଥିବା ଛାତ୍ରୀ କାବେରୀ ବିଶୋଇ ଏବଂ ବବିତା ବେହେରା ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ |ସାଧନ କର୍ମୀ ଭାବେ ଅର୍ଚ୍ଚନା ବିଶ୍ବାଳ, ସୁନିତା ସେଠି ଏବଂ ସୁରଭି ବେହେରା ପ୍ରଶିକ୍ଷଣ ଦେଇଥିଲେ |ଏଥିରେ 195 ଜଣ ଛାତ୍ରୀ ପ୍ରଶିକ୍ଷଣ ନେଇଥିବା ବେଳେ, ପ୍ରାଧ୍ୟାପକ କପିଳ ସାହୁ, ବିବେକାନନ୍ଦ କର, ରୁନିବାଳା ତ୍ରିପାଠୀ, ସନ୍ତୋଷିନୀ ପରିଡା, ପିଙ୍କି ପଲାଇ, ଭାରତୀ ବିଶ୍ୱାଳ, ସ୍ୱରୂପା ରାଣୀ ବିଶ୍ୱାଳ, ମଧୁସ୍ମିତା ପ୍ରଧାନ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଦିପୁ ଭୂୟାଁ, ସିମାଞ୍ଚଳ ମହାନ୍ତି, ସଞ୍ଜୟ ସାହୁ ସହଯୋଗ କରିଥିଲେ |ପରି ଶେଷରେ ସାଧନ କର୍ମୀ ଏବଂ ଛାତ୍ରୀ ମାନଙ୍କୁ ପ୍ରମାଣ ପାତ୍ର ପ୍ରଦାନ କରାଯାଇଥିଲା ଏବଂ ଛାତ୍ରୀମାନେ କୌଶଳ ପ୍ରଦର୍ଶନ କରିଥିଲେ |


