ହାଲୋ କ୍ୟାବ ସର୍ଭିସ ରେସୁମିଙ୍ଗ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଶୀତଲ ହୋଟେଲ ପରିସରରେ ହାଲୋ କ୍ୟାବ ସର୍ଭିସ ରେସୁମିଙ୍ଗ ଅନୁଷ୍ଠିତ ହୋଇଯାଇଛି। ହାଲୋ କ୍ୟାବ ଲୋକମାନଙ୍କର ନିକଟତର ହେବାକୁ ଏକ ଆପ ଗୁଗୁଲ ପ୍ଲେଷ୍ଟୋର ଓ ଏପଲ ପ୍ଲେଷ୍ଟୋର ରେ ଉପଲବ୍ଧ ଅଛି । ଏହି ଆପ ମାଧ୍ୟମରେ ଲୋକମାନେ ନିଜର ମନପସନ୍ଦର ୪ ଚକିଆ ଯାନ ସହିତ ଅଟୋ ଓ ବ୍ଯବସାୟିକ ଯାନ ବୁକିଙ୍ଗ କରି ପାରିବେ। ହାଲୋ କ୍ୟାବ ଅନ୍ୟ କ୍ୟାବ ସଂସ୍ଥା ଠାରୁ ବହୁତ ଭିନ୍ନ ଅଟେ । ଏହା ବହୁତ ନୂଆ ଫିଚର ପ୍ରଦାନ କରୁଛି। ଲୋକମାନେ ଏହି ଆପ ସହିତ ନିଶୁକ୍ଳ ନମ୍ବରରେ (୧୮୦୦ ୩୧୩ ୬୭୬୭୬୭) କଲ କରି ଟ୍ଯାକ୍ସି ସହିତ ପରିବହନ ଯାନ ମଧ୍ୟ ବୁକିଙ୍ଗ କରି ପାରିବେ। ଏହି ସେବା ଏବେ ଭୁବନେଶ୍ବର, ପୁରୀ, ରାଉରକେଲା, ସମ୍ବଲପୁର, ବାଲେଶ୍ଵର, ବ୍ରହ୍ମପୁର, ବଲାଙ୍ଗୀର ଓ କଟକରେ ଆରମ୍ଭ ହୋଇ ଅଛି। ଆମେ ପ୍ରତ୍ଯେକ ଟ୍ରିପ ରେ ୧ ଟଙ୍କା ମୁଖ୍ୟ ମନ୍ତ୍ରୀ ରିଲିଫ ଫଣ୍ଡ ଓ ପ୍ରଧାନ ମନ୍ତ୍ରୀ କେୟାର ଫଣ୍ଡକୁ ଦାନ କରିବା ପାଇଁ ବ୍ୟବସ୍ଥା କରୁଛୁ। ଏଥି ସହିତ ପ୍ରତ୍ଯେକ ଟ୍ରିପରେ ଯାତ୍ରୀ ମାନଙ୍କ ପାଇଁ ଇନଶୋରେନ୍ସ ଉପଲବ୍ଧ ଅଛି। ଏଥିରେ ଡ୍ରାଇଭର ମାନଙ୍କ ପାଇଁ ଅନ୍ୟ କ୍ୟାବ ମାନଙ୍କ ଠାରୁ ଅଧିକ ସୁବିଧା ପ୍ରଦାନ କରାଯାଉଛି। ଖୁବଶୀଘ୍ର ଏହି ସେବା ଦିଲ୍ଲୀ, କଲିକତା, ରାୟପୁର, ବିଶାଖାପାଟନମରେ ଉପଲବ୍ଧ ହେବାକୁ ଯାଉଛି । ଏହି ସର୍ଭିସ ରେସୁମିଙ୍ଗ ସେରିମୋନିରେ ହାଲୋ କ୍ୟାବ ର ପ୍ରତିଷ୍ଠାତା, କାର୍ଯ ନିର୍ବାହୀ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।


