ସମ୍ବିଧାନର ସୁରକ୍ଷା ଦେଶର ସୁରକ୍ଷା- ଆମ୍ବେଦକର ବିଚାର ମଞ୍ଚ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଡକ୍ଟର ଆମ୍ବେଦକର ବିଚାର ମଞ୍ଚ, କେନ୍ଦ୍ରାପଡା ପକ୍ଷରୁ ସମ୍ବିଧାନ ପ୍ରଣେତା ତଥା ଭାରତବର୍ଷର ପ୍ରଥମ ଆଇନମନ୍ତ୍ରୀ ପୁଣ୍ୟାତ୍ମା ବାବା ସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ବିଚାର ମଞ୍ଚର ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ପୌରହିତ୍ୟରେ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡଠାରେ ପାଳିତ ହୋଇଯାଇଛି । ପ୍ରଥମେ ବାବା ସାହେବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ମହାତ୍ମା ଗାନ୍ଧୀ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ମଧ୍ୟ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା । ଏହି ପୁଣ୍ୟପୀଠରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ସଭାପତିତ୍ୱ କରି ଅଧ୍ୟକ୍ଷ ନନ୍ଦ କିଶୋର ପରିଡା ସମ୍ବିଧାନର ଭାବ ଓ ଭାଷାର ଯଥାର୍ଥ ଅନୁପାଳନ କରିପାରିଲେ ଡଃ. ଅମ୍ବେଦକରଙ୍କ ଉଦ୍ଦେଶ୍ୟ ସାଧିତ ହେବ ବୋଲି ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକାରୀ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଆମ୍ବେଦକରଙ୍କୁ ସମ୍ବିଧାନର ମୁଖ୍ୟ ସ୍ଥପତି ଅଭିହିତ କରିବାର ଯଥାର୍ଥତା ଉପରେ ଆଲୋକପାତ କରି ସେ କିପରି ଏକାକୀ ଚିଠା କମିଟିର ଗୁରୁଦାୟିତ୍ୱ ବହନ କରିଥିଲେ ଓ ସମ୍ବିଧାନ ପ୍ରଣୟନ ସଭାରେ ଦୃଢତା, ଦକ୍ଷତା ଓ ବୁଦ୍ଧିମତାର ସହ ଚିଠା ବିଲ୍ ପରିଚାଳନା କରିଥିଲେ ତା’ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ଆଇନଜୀବି ଧିରେନ ସାହୁ, ଡଃ. ବାସୁଦେବ ଦାସ, ଓକିଲ ସଂଘ ସଭାପତି ଧୃବଚରଣ ଜେନା, ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଆଇନଜୀବି ସରୋଜରାଜ ସିଂ, ଜିଲ୍ଲା କଂଗ୍ରେସ ଉପ ସଭାପତି ପ୍ରଫୁଲ୍ଲ ଦାସ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ସିପିଆଇ ନେତା ରମଣୀ ରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ପ୍ରଫେସର ଅଜୟ ସାମଲ, କଂଗ୍ରେସ ନେତା ଗୋପାଳ କୃଷ୍ଣ ଜେନା, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ମଞ୍ଚର ସାଧାରଣ ସମ୍ପାଦକ ମୁକ୍ତାର ଖାଁ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ମିର୍ ମୁରସିଦ୍‌, ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତର, ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ପୂର୍ବତନ ସରପଞ୍ଚ ନାରାୟଣ ଚନ୍ଦ୍ର ପରିଡା, କାଉନସିଲର ତୁଳସୀ ହେମ୍ବ୍ରମ୍ ପ୍ରମୁଖ ସମ୍ବିଧାନର ସୁରକ୍ଷା ଦେଶର ସୁରକ୍ଷା ମର୍ମରେ ଅଭିଭାଷଣ ରଖିଥିଲେ । ସାମ୍ବାଦିକ ଆଶିଷ ସେନାପତି, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ କାଉନସିଲର ପ୍ରଫୁଲ୍ଲ ସାହୁ, ମହିଳା କଂଗ୍ରେସ ସଭାପତି ପରୱିନ୍ ଯସ୍ମିନ୍‌, ଜଗତ ଜୀବନ ଦାସ, କାଉନସିଲର ରମେଶ ଚନ୍ଦ୍ର ଦାସ, ଜିଲ୍ଲା କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ସର୍ବେଶ୍ୱର ସେଠୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ