ଅପଭ୍ରଂଶ ଭାବେ ଲେଖା ଯାଉଛି ସୂଚନା ଫଳକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରାଞ୍ଚଳରେ ବହୁ ସୂଚନା ଫଳକ ଗୁଡିକରେ ଓଡିଆ ଲେଖା ହେଉ ବା ଇଂରାଜୀ ଲେଖା ହେଉ ଅପଭ୍ରଂଶ କରି ଲେଖୁଥିବାର ଦେଖିବାକୁ ମିଳୁଛି । ଏନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶିତ ହେଉଥିଲେ ମଧ୍ୟ କୌଣସି ପ୍ରତିକାର କରୁନାହାନ୍ତି ବିଭାଗୀୟ କର୍ତ୍ତୃପକ୍ଷ । ଗଜପତି ଜିଲ୍ଲାର ୩ଗୋଟି ବ୍ଲକ ଏବଂ ପାରଳାଖେମୁଣ୍ଡି ସହରାଞ୍ଚଳ ସୀମାନ୍ତ ବର୍ତ୍ତୀ ଆନ୍ଧ୍ର ପ୍ରଦେଶ ସୀମାକୁ ଲାଗି ରହିଛି । ଏହା ଏକ ଦ୍ୱିଭାଷୀ ଅଞ୍ଚଳ ହୋଇଥିବାରୁ ବେସରକାରୀ ଫଳକ ଗୁଡିକ ଭୁଲ କିମ୍ବା ଅଣଦେଖା ଭାବେ ଲେଖା ଯାଇଥିବାର ଲକ୍ଷ୍ୟ କରାଯାଇଥାଏ । ହେଲେ ସରକାରୀ ଫଳକ ଗୁଡିକ ମଧ୍ୟ ବହୁ ସ୍ଥାନରେ ଅପଭ୍ରଂଶ ଭାବେ ଲେଖାଯାଉଥିବାର ଦେଖିବାକୁ ମିଳୁଛି । ଏପରି ଏକ ନମୁନା ଦେଖିବାକୁ ମିଳିଛି ସହର ଉପକଣ୍ଠରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଲାଗାଯାଇଥିବା ଏକ ସୂଚନା ଫଳକରେ । ଏହି ସୂଚନା ଫଳକକୁ ଦେଖିଲେ ଲାଗୁଛି ବିଭାଗୀୟ ଅଧିକାରୀମାନେ ଖାମଖିଆଲି ଢଙ୍ଗ ପ୍ରଦର୍ଶନ କରୁଛନ୍ତି । ଏଥିରେ ଇଂରାଜୀରେ ଲେଖା ହୋଇଥିବା ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ବଦଳରେ ପାରଳାଖେମୁଣ୍ଡି ମ୍ୟୁନ୍ସିପ୍ଲିଟି ଲେଖା ହୋଇଛି ଏବଂ ଅନ୍ୟ ଗୋଟିଏ ଶବ୍ଦ ଯାହାକି ପର୍ଶୁରାମପୁର ବଦଳରେ ପରୁରାମପୁର ଲେଖା ଯାଇଛି । ଉକ୍ତ ଫଳକଟିକୁ ଦେଖିଲେ କମସେ କମ୍ ୫ହଜାର ଟଙ୍କାରୁ ଉର୍ଦ୍ଧ ଟଙ୍କାର ନିଶ୍ଚିତ ହୋଇଥିବ । ଏପରି ହଜାର ହଜାର ଟଙ୍କା ବ୍ୟୟ ବରାଦ କରି ଲେଖାଯାଉଥିବା ଫଳକ ଗୁଡିକୁ କିପରି ବିଭାଗୀୟ ଅଧିକାରୀମାନେ ଦେଖୁନାହାନ୍ତି ତାହାକୁ ନେଇ ସାଧାରଣରେ ବିଭିନ୍ନ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ