ଡଙ୍ଗା ବୁଡି ଦୁଇ ନିଖୋଜ
ଚିତ୍ରକୋଣ୍ଡା, (ରାଜକମଳ ପୁରୋହିତ ) :-ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଂଚଳର ବାଲିମେଳା ଜଳଭଣ୍ଡାରରେ ସୋମବାର ଡଙ୍ଗା ବୁଡି ଦୁଇ ଜଣ ନିଖୋଜ ଥିବା ଜଣା ପଡିଛି । ନିଖୋଜ ଥିବା ଦୁଇ ବ୍ୟକ୍ତି ହେଉଛନ୍ତି ଅଣ୍ଡରାପାଲି ଗ୍ରାମ ପଂଚାୟତର ଓରାପଦର ଗ୍ରାମର ଦୁଇ ଜଣ । ସୋମବାର ନାରିଙ୍ଗ ଝୋଲା ଗ୍ରାମରେ ସାପ୍ତାହିକ ହାଟ ସାରି ଏକ ଦେଶୀ ଡ଼ଙ୍ଗା ମାଧ୍ୟମରେ ତିନିଜଣ ଫେରିବା ସମୟରେ ଓରାପଦର ପାଖରେ ଡଙ୍ଗାଟି କୌଣସି କାରଣରୁ ବୁଡି ଯାଇଥିଲା । ଫଳରେ ଦୁଇ ନିଖୋଜ ଥିବା ବେଳେ ଜଣେ ପହଁରି ଓରାପଦର କୂଳରେ ପହଂଚି ଥିଲା । ଘଟଣା ସ୍ଥଳରେ ଗ୍ରାମବାସୀ ଓ ଯୋଡ଼ାମ୍ଭ ପୋଲିସ ଉଧାର କାର୍ଯ୍ୟ ଜାରି ରଖିଥିବା ବେଳେ ନିଖୋଜ ଦୁଇ ଜଣଙ୍କ କୌଣସି ପତା ମିଳିନାହିଁ I