୬୭ତମ ପୋଲିସ ଶହୀଦ ସ୍ମୃତି ଦିବସରେ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ମାଲକାନଗିରି , (ଡଃ ଶିବ ନାରାୟଣ ପାତ୍ର): ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ଅବସରରେ, ଦେଶର ସୁରକ୍ଷା ଓ ଜନସାଧାରଣଙ୍କ ସେବାରେ ନିଜର ଅମୂଲ୍ୟ ଜୀବନ ଉତ୍ସର୍ଗ କରିଥିବା ବୀର ପୋଲିସ ଶହୀଦମାନଙ୍କ ପ୍ରତି ଆଜି ମାଲକାନଗିରି ପୋଲିସ ମୁଖ୍ୟାଳୟ ଠାରେ ଥିବା ପ୍ୟାରେଡ୍ ପଡ଼ିଆ ଠାରେ ମାଲକାନଗିରି ଏସପି ବିନୋଦ ପାଟିଲ ଏସ୍ ଙ୍କ ଅଧ୍ୟକ୍ଷତାରେ ସମସ୍ତ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ମାଲକାନଗିରି ପୋଲିସ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସେମାନଙ୍କର ଅଦମ୍ୟ ସାହସ, ଅତୁଳନୀୟ ବଳିଦାନ ଓ ଅମର ବୀରତ୍ୱ ସମସ୍ତଙ୍କ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଏସପି ପ୍ରତିକ୍ରିୟା ରଖିଛନ୍ତି। ଆୟୋଜିତ ଶହୀଦ ଦିବସରେ ମାଲକାନଗିରି ଏସପି ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଗଣ ଉପସ୍ଥିତ ରହି ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବୀର ଶହୀଦଙ୍କ ବଳିଦାନ ଅମର। ସେମାନଙ୍କ ସାହସ ଓ କର୍ତ୍ତବ୍ୟନିଷ୍ଠା ସଦା ସ୍ମରଣୀୟ ବୋଲି କହିଛନ୍ତି ମାଲକାନଗିରି ଏସପି ବିନୋଦ ପାଟିଲ ଏସ୍।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ