ମୂଲ୍ୟବୋଧ ଭିତ୍ତିକ ରାଜସ୍ୱ ସେବା ସମସ୍ତଙ୍କୁ ଯୋଗାଇବା ପାଇଁ ଅତିରିକ୍ତ ମୁଖ୍ୟ ସଚିବ ଙ୍କ ପରାମର୍ଶ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଲୋକାଭିମୁଖୀ ଯୋଜନା ଲୋକ ମାନଙ୍କ ପାଖରେ ପହଞ୍ଚାଇବା ସହ ଲୋକ ମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ସେବା ପ୍ରଦାନ ପାଇଁ ଯତ୍ନବାନ ହେବାକୁ ଅତିରିକ୍ତ ମୁଖ୍ୟ ସଚିବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସତ୍ୟବ୍ରତ ସାହୁ ଆହ୍ୱାନ ଦେଇଚ୍ଥନ୍ତି । ବୁଧବାର ଅପରାହ୍ନରେ ଭିଡିଓ କନପଂରେନ୍ସ ମାଧ୍ୟମରେ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ଯାଜପୁର ଜିଲ୍ଲାର ରାଜସ୍ୱ ବିଭାଗର ବିବିଧ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଥିଲେ । ରାଜସ୍ୱ ବିଭାଗ ସାଧାରଣ ଲୋକ ମାନଙ୍କର ଆଶା ଭରସା । ତେଣୁ ସେମାନଙ୍କର ଆବଶ୍ୟକୀୟ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ଓ ଉପଯୁକ୍ତ ଭାବେ ନିର୍ବାହ କରିବା ସହ ଆଇନ ଅନୁସାରେ ସମୟ ଭିତ୍ତିକ ନ୍ୟାୟ ପ୍ରଦାନ ପାଇଁ ସେ ପରାମର୍ଶ ଦେଇଥିଲେ । ଅପର ପକ୍ଷରେ ମୋ ସରକାର, ପାଂଇଭ ଟି ଓ ଆର୍‌.ଟି.ପି.ଏସ୍‌. ଇତ୍ୟାଦି ବ୍ୟବସ୍ଥା ସରକାର ସାଧାରଣ ଲୋକଙ୍କୁ ସେବା ଯୋଗାଇବା ପାଇଁ ପ୍ରଣୟନ କରିଥିବାରୁ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସାଧିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଜମି ବିକ୍ରି ହେବା ପରେ କ୍ରେତା ପଟ୍ଟା ପାଇବାକୁ ବାରମ୍ୱାର ନ ଦୈାଡି ନିର୍ଦ୍ଧାରିତ ସମୟରେ ପଟ୍ଟା ପାଇବା ଉଚିତ । ଏ କ୍ଷେତ୍ରରେ ଅବହେଳା ପାଇଁ ସଂପୃକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଊତ୍ତରଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ ବକେୟା ଥିବା ସମସ୍ତ ପଟ୍ଟା ଗୁଡିକୁ ପ୍ରସ୍ତୁତ କରି ରାଜସ୍ୱ ରଥ ମାଧ୍ୟମରେ ୨ ଦିନ ମଧ୍ୟରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ପ୍ରଦାନ କରିବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ମ୍ୟୁଟେସନ ପାଇଁ ଦୀର୍ଘ ଦିନ ଧରି ମାମଲା ପକାଇ ନ ରଖିବାକୁ ସେ ଜିଲ୍ଲାପାଳ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବେ ବନ୍ଦୋବସ୍ତ, କନ୍‌ଭରସନ୍ ବା ଜମିର କିସମ ପରିବର୍ତ୍ତନ, ସ୍କୁଲ ଅଭିଯାନ ପଟ୍ଟା ପ୍ରଦାନ, ଇକୋନୋମିକ କରିଡର ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ, ସରକାରୀ ଜମି ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ପାଚେରୀ ନିର୍ମାଣ, ବସୁନ୍ଧରା ଯୋଜନାରେ ହିତାଧିକାରୀଙ୍କୁ ଜମି ପ୍ରଦାନ, ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ପଟ୍ଟା ପ୍ରଦାନ, ଲଘୁ ଖଣିଜ ଓ ଖଣିଜ ଦ୍ରବ୍ୟ ସରରାତ ଊତ୍ସକୁ ନିୟମାନୁଯାୟୀ ନିଲାମ ଓ ବେ ଆଇନ କାର୍ଯ୍ୟକଳାପ ପାଇଁ ଆଇନ ଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ବିଭିନ୍ନ ରାଜସ୍ୱ କାର୍ଯ୍ୟାଳୟ ଗୁଡିକର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଅଡିଟ ପାରା ଗୁଡିକର ସମାଧାନ ପାଇଁ ଶ୍ରୀ ସାହୁ ଗୁରୁତ୍ୱ ଦେଇଥିଲେ । ତେବେ ପ୍ରତ୍ୟେକ କାର୍ଯ୍ୟରେ ହିତାଧିକାରୀ ଯେପରି ହଇରାଣ ବା ହାରାଶ ନ ହୋଇ ଉପଯୁକ୍ତ ସେବା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପାଇ ପାରିବେ ସେଥିପାଇଁ ଉତ୍ତରଦାୟୀ ଭାବେ ସମସ୍ତ ରାଜସ୍ୱ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରିବାକୁ ସେ କଡା ନିର୍ଦ୍ଦେଶ ଦେଇଥିଲେ । ଆଇ.ଜି.ଆର. ଜ୍ୟୋତିପ୍ରକାଶ ଦାସ, ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଅଭୟ ନାୟକ, ବିଭୁତି ଭୂଷଣ ଦାଶ, ଶଶଧର ନାୟକ, ରାଜସ୍ୱ ପର୍ଷଦର ସଚିବ ବିଜୟ କେତନ ଊପଧ୍ୟାୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ରାଜସ୍ୱ କାର୍ଯ୍ୟ ପରିଚାଳନା ସଂପର୍କରେ ତହସିଲଦାର ଓ ଅନ୍ୟ ରାଜସ୍ୱ କର୍ମଚାରୀ ମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ । ଜିଲ୍ଲାର ରାଜସ୍ୱ ମାମଲା ଓ ଅନ୍ୟାନ୍ୟ ରାଜସ୍ୱ କାର୍ଯ୍ୟର ସମୀକ୍ଷା ପାଇଁ ପ୍ରତି ମାସରେ ବୈଠକ ଆୟୋଜନ କରାଯିବ ବୋଲି ସ୍ଥିର ହେଲା । ଜିଲ୍ଲା ଓସୱାନ ହଲରେ ଜିଲ୍ଲାପାଳ ଚକ୍ରତ୍ତ୍ୱର୍ତ୍ତୀ ସିଂହ ରାଠୋର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଜମି ଅଧିଗ୍ରହଣ ଅଧିକାରୀ ତରଣୀସେନ ପଟ୍ଟନାୟକ, ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା, ସହକାରୀ ଜିଲ୍ଲାପାଳ ସୂର୍ଯ୍ୟକାନ୍ତ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ରଂଜନ କୁମାର ଗିରି ପ୍ରମୁଖଙ୍କ ସହ ଭର୍ଚ୍ଚୁଆଲ ମୋଡରେ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଓ ରାଜସ୍ୱ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ