ବାଇକ୍ ଦୁର୍ଘଟଣା, ଜଣେ ମୃତ

ବାଲିପାଟଣା (ଯୁଗାଦ୍ଧ ନ୍ୟୁଜ)): ବାଲିପାଟଣା ଥାନାର ନୁଆଗାଁ ଅଞ୍ଚଳର ଜଣେ ବ୍ୟକ୍ତି ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ଦୁଇଜଣ ଗୁୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ନୂଆଗାଁର କୁମାର ବେହେରାଙ୍କ ପୁଅ ନରେନ୍ଦ୍ର ଓ ତାର ଦୁଇଜଣ ସାଙ୍ଗ ସହ ବନ୍ଧୁଘରକୁ ଖଣ୍ଡିଗିରି ଯାଇ ଫେରୁଥିବାବେଳେ ବରମୁଣ୍ଡ ଓଭରବ୍ରିଜ୍ ଡିଭାଇଡରରେ ପିଟି ହୋଇଯାଇ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ । ସେଠାରେ ନରେନ୍ଦ୍ରର ମୃତ୍ୟୁ ଘଟିଥିଲା । ବନମାଳିପୁରର ଅନ୍ୟ ଦୁଇଜଣ ସାଙ୍ଗ ଚିିକିତ୍ସିତ ହେଉଛନ୍ତି । ନରେନ୍ଦ୍ରର ଶବ ଗ୍ରାମକୁ ଅଣାଯାଇ ଏକ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ