ମା ହତ୍ୟାକାରୀ ପୁଅଙ୍କୁ କୋର୍ଟ ଚାଲାଣ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଗୁରୁବାର ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମରେ ଜଣେ ୭୫ ବର୍ଷ ବୟସ୍କା ବୃଦ୍ଧା ମା’ଙ୍କୁ ମଦ୍ୟପ ପୁଅ ଅତି ନୃଶଂସ ଭାବେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ । ମୃତା କନକଙ୍କ ବଡ ପୁଅ ବିନୋଦ ସାହୁଙ୍କ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ନମ୍ବର ୨୧୫/୨୨ରେ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ବାବୁଲା ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ଏତାଲାକୁ ଭିତ୍ତି କରି ଅଭିଯୁକ୍ତ ବାବୁଲାଙ୍କୁ ହତ୍ୟା ଅଭିଯୋଗରେ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଥାଉ କି, ଚାନ୍ଦୁଲି ଗ୍ରାମର ବାବୁଲା ପ୍ରତିଦିନ ମଦ ପିଇବା ପାଇଁ ମା ଙ୍କୁ ଟଙ୍କା ମାଗିବା ସହ ବିଭିନ୍ନ ସମୟରେ କଳିକଜିଆ କରିବା ସହ କଥା କଥାରେ ମାଡ ମାରି ଆସୁଥିଲା । ଗୁରୁବାର ଅପରାହ୍ନରେ ବାବୁଲା ପ୍ରଚୁର ମଦ୍ୟପାନ କରି ଘରକୁ ଆସି ମା’ଙ୍କୁ ଟଙ୍କା ମାଗିଲେ । ଏଥିରେ ମା ମନା କରିବାରୁ ବାବୁଲା ମଦ ନିଶାରେ ଚୁର ହୋଇ ଏକ ଠେଙ୍ଗାରେ  ମାଡ ମାରି ଲହୁଲୁହାଣ କରିଥିଲେ । ସାହୀ ପଡୋଶୀ ବୃଦ୍ଧାଙ୍କ ଚିତ୍କାର ଶୁଣି ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର, ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ