ଆଜି ଶ୍ରମିକ ଦିବସ : ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ
ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ଆଜି ଶ୍ରମିକ ଦିବସ। ଏହି ଅବସରରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ହେଉଛି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ। ଯାଜପୁର ଜିଲ୍ଲା ପାଣିକୋଇଲି ଟୋଲ ପ୍ଳାଜା ୱର୍କର ୟୁନିୟନ ପକ୍ଷରୁ ମଧ୍ୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ୟୁନିୟନ ର ସଭାପତି ମନୋରଞ୍ଜନ ରାୟ ଙ୍କ ସଭାପତି ତ୍ୱ ରେ ଅନୁଷ୍ଠିତ ସଭାରେ ସମାଜସେବୀ ନିମାଇଁ ଚରଣ ମଲ୍ଲିକ ମୁଖ୍ୟ ବକ୍ତା, ଶିକ୍ଷାବିତ ବନୋଜ ଜେନା ମୁଖ୍ୟ ଅତିଥି,ମ୍ୟାନେଜର ଭରତ ସିଂ ପ୍ରମୁଖ ଯୋଗ ଦେଇ ଶ୍ରମିକ ଦିବସ ର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଶ୍ରମିକ ଙ୍କ ସ୍ୱାର୍ଥ ପାଇଁ ଏହି ୟୁନିଅନ ଯେଉଁ ଭଳି କାର୍ଯ୍ୟକରୁଛି ସେହି ଭଳି ସବୁ ଶ୍ରମିକ ସଂଘ କାର୍ଯ୍ୟକରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ବରିଷ୍ଠ ସଦସ୍ୟଙ୍କୁ ୟୁନିୟନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାଇଟ:ମନୋରଞ୍ଜନ ରାୟ, ସଭାପତି,ପାଣିକୋଇଲି ଟୋଲ ପ୍ଳାଜା ୟୁନିୟନ : ବନୋଜ ଜେନା, ମୁଖ୍ୟ ଅତିଥି I