ସିମ୍ କାର୍ଡ ଦୋକାନୀ ଉପରେ କାଶୀନଗର ପୋଲିସର ଧରପଗଡ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ପୋଲିସ୍ ସହରର ବିଭିନ୍ନ ସିମ୍ କାର୍ଡ ବିକ୍ରି କରୁଥିବା ତଥା ସେଲ ପଏଣ୍ଟ ଦୋକାନୀ ଉପରେ ଚଢ଼ାଉ କରିଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ମୁତାବକ ପ୍ରି–ଆକ୍ଟିଭିଟେଡ ସିମ୍ କାରବାର ବୃଦ୍ଧି ପାଉଥିବାରୁ ବିଭିନ୍ନ ଅପରାଧ ବିଶେଷ କରି ସାଇବର କ୍ରାଇମ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦଶ କ୍ରମେ କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ କାଶୀନଗର ସହରର ବିଭିନ୍ନ ସେଲ୍ ଦୋକାନ ତଥା ସିମ୍ କାର୍ଡ ବିକ୍ରି କରୁଥିବା ଦୋକାନୀ ଉପରେ ରେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା । ଏହି ଧରପଗଡ଼ରେ ଏଏସଆଇ ପୁରୋହିତ, ଶଙ୍କର ରାଓ, ବେଣୁ ଗୋପାଳ ଓ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ