ବ୍ଲକ ସ୍ତରୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସାଂଯୋଜକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଟେମ୍ପରାରିକଲୋନୀ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତ ର ଚଉଦ ଗୋଟି କ୍ଲଷ୍ଟର ସ୍ତରୀୟ ସଂଯୋଜକ ମାନଙ୍କୁ ନେଇ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବି ଙ୍କ ନେତୃତ୍ୱରେ ଏବିଓ ଅଞ୍ଜନ ଚୌଧୁରୀ, ଏମ ଆଇଏସ ନୀଳ ମାଧବ ପାତ୍ର, କୋଷl ଧକ୍ଷ ବାବୁ ଗୌଡ଼ ଙ୍କ ସହଯୋଗରେ ମୁଖ୍ୟ ଅତିଥିଭାବେ ମାଲକାନଗିରି ଜିଲା ପରିଷଦ ଅଧକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲୁ ଯୋଗ ଦେବା ସହିତ ଚିତ୍ରକୋଣ୍ଡା ବ୍ଲକ ତଥା ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା ର ଅଗ୍ରଗତି ତଥା ବିକାଶ ହେବ, ଶିକ୍ଷକ ମାନେ ବିଦ୍ୟାଳୟ ମାନଙ୍କରେ ରାତ୍ରିବାସ କରି କିମ୍ବା ବିଦ୍ୟାଳୟ ରେ ନିୟମିତ ଉପସ୍ଥାନ ସହ ଶିକ୍ଷା ପ୍ରଦାନ କରିବେ ସେ ଉପରେ ଗୁରୁତ୍ୱ ଦେଇଥିଲେ l ସେଇଭଳି ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଷ୍ଟାଣ୍ଡିଙ୍ଗ ଶିକ୍ଷା କମିଟି ଗଠନ ନିମନ୍ତେ ଓଡ଼ିଶା ଗାଇଡ଼ଲାଇନ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଭୁବନେଶ୍ୱର ଙ୍କ ଚିଠି ନମ୍ବର 9153/2021,ତା -28/09/2021 ଅନୁଯାଇ ପ୍ରାଞ୍ଜଳ ଭାବରେ ତାଲିମ ପ୍ରଦାନ କରିଥିଲେ l ତତ ସହ ମୋୖଳିକ ସାକ୍ଷାରତା ଓ ଗାଣିତିକ ସଂଖ୍ୟା ଗଣନା ଛାତ୍ର ଛାତ୍ରୀଙ୍କୁ ସ୍କୁଲ ପ୍ରବେଶ, ମାଧ୍ୟାର୍ହ୍ନ ଭୋଜନ, ଶିକ୍ଷକଙ୍କ ନିୟମିତ ବିଦ୍ୟାଳୟ ରେ ଉପସ୍ଥାନ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଗଣିତ ପାଠର ପୁନରାବୃତ୍ତି, ବାଲ୍ୟ ବିବାହ ପ୍ରତିରୋଧ, ଆର୍ଶୀବାଦ ସ୍କିମ ରେ ଭିର୍ନକ୍ଷମ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ବିଦ୍ୟାଳୟ ରେ ପ୍ରବେଶ ଉପରେ ଆଲୋଚନା କରାଯାଇ ବିଭିନ୍ନ ପ୍ରୋତ୍ସାହନ ରାଶି, ସରକାରୀ ଅନୁଦାନ ଓ ଶିକ୍ଷକ ମାନଙ୍କ ପ୍ରୋଫାଇଲ ସମ୍ପର୍କରେ ଆଲୋଚନା କରିଥିଲେ l ଆଜିର କାର୍ଯ୍ୟକ୍ରମରେ ସ୍ବାଗତଂ ଭାଷଣ ତଥା ପରିଚାଳନା କରିଥିଲେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୁର୍ଯୋଧନ ସେଠି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ