ସକାଳୁ ସକାଳୁ ଅଧ୍ୟାପକଙ୍କ ଘରୁ ଲୁଟିନେଲେ ଲୁଟେରା
ଜଗତସିଂହପୁର, (ଅନସୂୟା ରାଉତ) :-ଆଜି ସକାଳ7:30ସମୟରେ ତିର୍ତ୍ତୋଲ ଲକ୍ ଅଞ୍ଚଳର ଅଧ୍ୟାପକଙ୍କ ଘରୁ ଅଭିନବ ଉପାୟରେ ଲୁଟ୍ ହୋଇଛି। ଖବରରୁ ଜଣାଯାଏ ତିର୍ତ୍ତୋଲ ଲକ୍ ଠାରେ ଅଧ୍ୟାପକ ପବିତ୍ର ଦାସ ରହୁଥିଲେ । ସକାଳୁ ଅଧ୍ୟାପକ ଦାସ ରାହାମା ଯାଇଥିବା ବେଳେ ତାଙ୍କର ଧର୍ମ ପତ୍ନୀ ରାଜଲକ୍ଷ୍ମୀ ଦାସ ଘରେ ଥିଲେ । ହଠାତ କେହି କବାଟ ପାଖରେ ସାର ସାର୍ ଡାକିଲେ ଶ୍ରୀମତୀ ଦାସ କବାଟ ଖୋଲିବା ସମୟରେ ମୁହଁରେ ଷ୍ଟଲ୍ ଭିଡିଥିବା ଝିଅଟି ମ୍ୟାଡମଙ୍କ ମୁହଁକୁ ଭିଡି ଧରି ଘରର ଆଲମାରୀ ଚାବି ମାଗି ପ୍ରବଳ ପିଟିଥିଲେ। ଚାବିନେଇ ମ୍ୟାଡମଙ୍କ ହାତ ଗୋଡବାନ୍ଧି ଖଟ ଉପରେ ପକାଇ ଦେଇ ଘରୁ ସବୁ ସୁନା ଅଳଙ୍କାର ଓ ନଗଦ 13ହଜାର ଟଙ୍କା ଲୁଟି ନେଇଥିବାର ଅଭିଯୋଗ ତିର୍ତ୍ତୋଲ ଥାନାରେ ହୋଇଛି । ଜଣେ ଝିଅ ସହିତ ଜଣେ ପୁଅ ଆସିଥିଲେ ବୋଲି ଶ୍ରୀମତୀ ଦାସ ପ୍ରକାଶ କରିଛନ୍ତି। ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟେରା ମାତିବା ଜିଲ୍ଲା ପୋଲିସ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି ।


