ପିକଅପ ଭେନ୍ , ବାଇକ୍ ମୁହାଁମୁହିଁ : ଦୁଇ ଗୁରୁତର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଯଶିପୁର ରାସ୍ତା ଦୁବୁଲାବେଡା ଛକ ପାଖାପାଖି ରେ ପିକଅପଭେନ ସହ ବାଇକ୍ ମୁହାଁମୁହିଁ ଫଳରେ ବାଇକ୍ ଚାଳକ ସହ ଆରୋହୀ ଗୁରୁତର । ଘଟଣାଟି ଅପରାହ୍ନର ୫.୩୦ ପାଖାପାଖି ସମୟରେ ହୋଇଥିଲା । ସୂଚନାଯୋଗ୍ୟ ଵହଳଦା ଥାନା ଝରାଡିହି ଅଂଚଳର ମଝିଗାଁ ବାସିନ୍ଦା ପ୍ରାଥମିକ ଶିକ୍ଷକ କାଂଚନ ବାରିକ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ବାରିକ ବାଇକ୍ ଯୋଗେ ନିଜ ଶ୍ଵଶୁର ଘର ରାଇରଙ୍ଗପୁର ବ୍ଳକର ସାନପାଖଣା ଆସି ପୁଣି ନିଜ ଘରକୁ ଫେରୁଥିବା ସମୟରେ ଏକ ସାମନପଟୁ ପିଅପଭେନ ସହିତ ମୁହାଁମୁହିଁ ହେବା ଫଳରେ ବାଇକ୍ ରେ ପତିପତ୍ନୀ ରାସ୍ତା ଉପରେ ଛିଟିକି ପଡି ଗୁରୁତର ହୋଇଥିଲେ । ରକ୍ତ ଜୁଡୁବୁଡୁ ସେମାନଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ପରିସ୍ଥିତି ଗୁରୁତର ହେବାରୁ ଟାଟାମେଡିକାଲକୁ ଦୁଇଜଣ ଙ୍କୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ