ପାରଳା ମ୍ୟୁନିସିପାଲିଟି ଓ କାଶୀନଗର ଏନ୍ଏସିର ୧୦ କର୍ମଚାରୀଙ୍କ ବଦଳି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ଓ କାଶୀନଗର ଏନ୍ଏସିରୁ ୧୦ ଜଣ କର୍ମଚାରୀଙ୍କୁ ବଦଳି ହୋଇଥିବାର ଜଣ୍ପଡିଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏହି ବଦଳି ଆଦେଶ ହୋଇଛି । ଏହି ବଦଳି ଆଦେଶକୁ ବିନା କୌଣସି ଅପେକ୍ଷାରେ ତୁନ୍ତ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ରହିଥିବାର ମଧ୍ୟ ସୂଚନା ମିଳିଛି । ହଠାତ ଏପରି ବଦଳି ଆଦେଶକୁ କାହିଁକି କରାଗଲା ସେ ନେଇ ପାରଳା ମ୍ୟୁନିସିପାଲିଟି ଓ କାଶୀନଗର ଏନ୍ଏସି କାର୍ଯ୍ୟାଳୟ ରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଥିବା ସହକର୍ମଚାରୀମାନଙ୍କ ଠାରେ ଦେଖାଦେଇଛି । ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ଠାରେ କାର୍ଯ୍ୟରତ ସିପି ଦିନେଶ ପଡିହାରି, ଗୋଷ୍ଠି ସଂଗଠିକା ଉଜ୍ୱଲତା ସ୍ୱାଲସିଂ, ଆକାଉଣ୍ଟେଣ୍ଟ ଶିବ ପ୍ରସାଦ, ଓଟିସି ଦୁର୍ଗା ପ୍ରସାଦ, ଜୁନିୟର ଆସିଷ୍ଟାଣ୍ଟ କାମେଶ୍ୱର ମହାନ୍ତିଙ୍କୁ କାଶୀନଗର ଏନ୍ଏସିକୁ ପଦଳି ହୋଇଛି । ସେହି ପରି କାଶୀନଗର ଏନ୍ଏସିରେ କାର୍ଯ୍ୟରତ ସିପି ପି. ମୋନହର, ଗୋଷ୍ଠି ସଂଗଠିକା ଶାନ୍ତିଲତା ପଲେଇ, ଆକାଉଣ୍ଟେଣ୍ଟ ତାପସ ଦାସ, ଜୁନିୟର ଆସିଷ୍ଟାଣ୍ଟ ବିଜୟ ପାଢୀଙ୍କୁ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିକୁ ବଦଳି ହୋଇଛି । ଏହା ଛଡା କାଶୀନଗରରେ କାର୍ଯ୍ୟରତ ୪ର୍ଥ ଶ୍ରେଣୀ କର୍ମଚାରୀ ଶାନ୍ତା ରାଓଙ୍କୁ ମଧ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଛି । ଏହି ବଦଳି ଆଦେଶକୁ ତୁରନ୍ତ କାର୍ଯ୍ୟକ୍ରୀ କରିବା ପାଇଁ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ଓ କାଶୀନଗର ଏନଏସି ଅଧିକାରୀଙ୍କୁ ଜିଲ୍ଲାପାଙ୍କ ନିର୍ଦ୍ଦେଶ ରହିଛି । ଏଠାରେ ସୂଚନା ଯୋଗ୍ୟ ଯେ ଏହି କର୍ମଚାରୀମାନେ ଦୀର୍ଘ ବର୍ଷ ଧରି ନିର୍ଦ୍ଧିଷ୍ଟ ସ୍ଥାନରେ ରହିଥିବା ଯୋଗୁଁ ଏପରି କରାଯାଇଛି ।


