ମା ଦୁର୍ଗାଦେବୀ ଡ୍ରାମାଟିକ ଆସୋସିଏସନ ପକ୍ଷରୁ ଏକଦିବସୀୟ ନାଟକ ପ୍ରଦର୍ଶିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ତିଗିରିଆ ଗ୍ରାମାଞ୍ଚଳର ଯୁବକମାନଙ୍କ ମଧ୍ୟରେ ସାଂସ୍କୃତିକ ବାତାବରଣ ସୃଷ୍ଟି କରିବା ପାଇଁ ତିଗିରିଆ ବ୍ଲକର ପାଞ୍ଚ ଗାଁ ଗ୍ରାମ ପଞ୍ଚାୟତର ଦଳେଇ ସାହିରେ ଗଠିତ ମା ଦୁର୍ଗାଦେବୀ ଡ୍ରାମାଟିକ ଆସୋସିଏସନ ଦୀର୍ଘ ବର୍ଷ ହେବ କାର୍ଯ୍ୟକରି ଆସୁଅଛି । ଗତ କାଲି ରାତ୍ରିରେ ଆସୋସିଏସନ ପକ୍ଷରୁ ପାଞ୍ଚ ଗାଁ ଓ ପାଖ ଆଖ ଅଞ୍ଚଳର ଯୁବକମାନଙ୍କ ସହଯୋଗରେ ଗୁରୁ ପଦ୍ମଚରଣ ଦାସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ସମ।।ଜିକ ନାଟକ ‘ଏଠି ତୋର ଦୋଷ ନା ମୋର ଦୋଷ’ ପ୍ରଦର୍ଶିତ ହୋଇ ଯାଇଛି । କାର୍ଯ୍ୟକ୍ରମକୁ ସମୀର ମାଝୀ ଆନୁଷ୍ଠାନିକ ଭାବେ ପରିଚାଳନା କରିଥିଲେ । ନାଟକରେ ରୋମାଣ୍ଟିକ ଭିଲିୟାନ ରାହୁଲ ମାନସିଂ ଚରିତ୍ରକୁ ନିଖୁଣ ଭାବେ ବରୁଣରାଜ ଅଭିନୟ କରି ଦର୍ଶକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ । ନାଟକ ବିଷୟରେ ନିର୍ଦ୍ଦେଶକ ପଦ୍ମଚରଣ ଦାସ କହିଲେ ଯେ, ବରୁଣ ରାଜ ଛାତ୍ର ଜୀବନରୁ ଜଣେ ଉଦୀୟ ମାନ କଳାକାର । କଳା ପ୍ରତି ତାଙ୍କର ନିଷ୍ଠା ମୋତେ ଯଥେଷ୍ଟ ପ୍ରଭାବିତ କରିଛି । ଗ୍ରାମାଞ୍ଚଳର ଯୁବକମାନଙ୍କ ମଧ୍ୟରେ କଳା ପ୍ରତି ଯଥେଷ୍ଟ ଆଗ୍ରହ ରହିଛି । କିନ୍ତୁ ପ୍ରୋତ୍ସାହନ ଅଭାବରୁ କଳା ମଉଳି ଯାଉଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ । ବରୁଣ ରାଜ ତାଙ୍କ ନାଟ୍ୟକଳା ଜୀବନ ଉପରେ କହିଥିଲେ ଯେ, ୧୯୯୬ ମସିହାରେ ସେ କଲେଜ ପଢୁଥିବା ସମୟରେ ଗୁରୁ ଉଦ୍ଧବ ଦଳେଇଙ୍କ ନିର୍ଦ୍ଦେଶନାରେ ‘ଶଙ୍ଖ ହୁଳହୁଳି ବନ୍ଦାଣ ଥାଳି’ରୁ ପ୍ରଦର୍ଶନରେ ଭାଗ ନେଇ, ଜଣେ ସୈନିକ ଭାବେ ଦେଶ ସେବାରେ ନିୟୋଜିତ ହୋଇ ମଧ୍ୟ ମୋ ଗାଁ ମାଟି, ମୋ ଗାଁର କଳାକୁ ମୁଁ କେବେ ଭୁଲିପାରିବି ନାହିଁ । ବର୍ତ୍ତମାନ ସୁଦ୍ଧା ୧୦ଟି ନାଟକରେ ମୁଖ୍ୟ ଭୂମିକା ଓ ପାଶ୍ୱର୍ ଅଭିନୟରେ ଭାଗ ନେଇ ଦର୍ଶକ ମାନଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇପାରିଛି । ସବୁ କାର୍ଯ୍ୟରେ ନିଷ୍ଠା, ସଂକଳ୍ପ ଓ ଅଧ୍ୟବସାୟ ରହିଲେ ଆମେ ନିଶ୍ଚିତ ସଫଳ ହୋଇପାରିବା । ଶେଷରେ ଭାଗ ନେଇଥିବା ସମସ୍ତ କଳାକାରମାନେ ଗୁରୁ ପଦ୍ମଚରଣ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।


