କୁଡୁମୀ ସେନାର ୧୦ ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟ ସଭପତି ଜୈମୁନୀ ମହାନ୍ତଙ୍କ ଖବରଦାତା ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ସମଗ୍ର ଭାରତବର୍ଷର ଓଡିଶାରେ ୨୫ଲକ୍ଷ, ପଶ୍ଚିମବଙ୍ଗ ରେ ୫୦ ଲକ୍ଷ, ଝାଡ଼ଖଣ୍ଡ ରେ ୧ କୋଟି,ବିହାର ରେ ୧୦ ଲକ୍ଷ ଏବଂ ଆସାମରେ ୨୫ ଲକ୍ଷ୍ ଅର୍ଥାତ୍ ୨ କୋଟିରୁ ଉର୍ଦ୍ଧ୍ବ କୁଡୁମୀ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି । ସେମାନଙ୍କୟ ସ୍ୱତନ୍ତ୍ର କୁଡୁମାଲି ଭାଷା, ସ୍ୱତନ୍ତ୍ର ସଂସ୍କୃତି ଓ ପରମ୍ପରା ଅଛି । ସେମାନେ ପ୍ରକୃତି ପୂଜକ ଅଟନ୍ତି । ୧୯୫୦ ମସିହା ପୂର୍ବରୁ ଏହି କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ମିଳିଥିଲା । କିଛି ଚକ୍ରାନ୍ତ କାରୀଙ୍କ ଯୋଗୁଁ ଏହାକୁ ଆଦିବାସୀ ତାଲିକାରୁ ବାଦ୍ ଦିଆଯାଇଛି । ପୁନ଼ଃ କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ପାଇଁ ଦିର୍ଘ ୭୦ ବର୍ଷ ହେଲା ଦାବି ହୋଇଆସୁଛି । ଏହାକୁ ନେଇ କୁଡୁମୀ ଜାତିର ଯୁବଛାତ୍ର ତରୁଣ, ଆଦର୍ଶ-ବାଦୀ, ସଂସ୍କୃତି ପ୍ରେମୀ ଜୟମୁନୀ ମହାନ୍ତଙ୍କ ବଳିଷ୍ଠ ନେତୃତ୍ବରେ ୩ ଜୁନ ୨୦୧୨ ମସିହାରେ ଓଡ଼ିଶାରେ ସମଗ୍ର କୁଡୁମୀ ଜାତୀକୁ ଏକାଠି କରି ‘କୁଡୁମୀ ସେନା ‘ଅଣ ରାଜନୈତିକ ସଂଗଠନ ପ୍ରତିଷ୍ଠା କରି ତାର ପ୍ରତିଷ୍ଠାତା ସଦସ୍ୟ ହୋଇଥିଲେ । ଏହାର ଏକମାତ୍ର ଉଦ୍ଦେଶ୍ୟ ରାଜ୍ୟ ଓ କେନ୍ଦ୍ର ସରକାର କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ପ୍ରଦାନ କରନ୍ତୁ ଯାହାଫଳରେ କୁଡୁମୀ ସମାଜ ଲୋକଙ୍କର ଆର୍ଥିକ, ସାମାଜିକ, ରାଜନୈତିକ, ଶିକ୍ଷା, ଭାଷା ସଂସ୍କୃତି ସୁରକ୍ଷିତ ହୋଇପାରିବ । ଏହାକୁ ନେଇ ସେ ଦିର୍ଘ ବର୍ଷ ହେଲା ଆନ୍ଦୋଳନ ଜାରି ରଖିଛନ୍ତି । ହେଲେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଛନ୍ତି । କୁଡୁମୀ ସମାଜର ମୌଳିକ ସାମ୍ବିଧାନିକ ଅଧିକାରକୁ କୁଠାରା-ଘାତ କରୁଛନ୍ତି । ମହାମାରୀ କରୋନା ପାଇଁ ଦିର୍ଘ ୨ ବର୍ଷ ହେଲା ଆନ୍ଦୋଳନ ଓ ସଭା ସମିତି କରାଯାଇ ନ ଥିଲା ।ପୁନଃ କୁଡୁମୀ ମାନଙ୍କୁ ଏକାଠି କରି ସେମାନଙ୍କ ନ୍ୟାୟିକ ଅଧିକାର ବିଷୟରେ ସଚେତନ କରାଇବା ଓ ସକ୍ ପାଇଁ ଲଢିବା ପାଇଁ ଆସନ୍ତା ୩ ଜୁନ ରେ ରାଇରଙ୍ଗପୁର ସହର ସନ୍ନିକଟ ପୁରୁଣାପାଣି ପଞ୍ଚାୟତର ପୁରୁଣାପାଣି ଗ୍ରାମ ପଡ଼ିଆ ରେ କୁଡୁମୀ ସେନାର ୧୦ ମ ପ୍ରତିଷ୍ଠା ଓ ପ୍ରତିଜ୍ଞା ଦିବସ ଉପଲକ୍ଷେ ଏକ ବିଶାଳ କୁଡୁମୀ ସମାଵେଶ ଆୟୋଜନ କରାଯାଇଛି ବୋଲି ରାଜ୍ୟ ସଭାପତି ଜୈମୁନୀ ମହାନ୍ତ ସ୍ଥାନୀୟ କୁଡୁମୀ ଭବନ ପରିସରରେ ଏକ ଖବରଦାତା ସମ୍ମିଳନୀରେ ରବିବାର ଦିନ ସୂଚନା ପ୍ରଦାନ କରିଥିଲେ । ଏଥିରେ କୁଡୁମୀ ନେତୃମଣ୍ଡଳୀ ସୁଜାତା ମହାନ୍ତ, ସୌଭାଗ୍ୟ ମହାନ୍ତ, ନିରୁପମା ମହାନ୍ତ ସୁଭଦ୍ରା ମହାନ୍ତ, ବିମଳା ମହାନ୍ତ, ସୁମନା ମହାନ୍ତ, କ୍ଷୀରୋଦ ମହାନ୍ତ, ଭଜହରି ମହାନ୍ତ, ଆଲୋକ ରଂଜନ ମହାନ୍ତ, ବଳଭଦ୍ର ମହାନ୍ତ, ବରୁଣ ମହାନ୍ତ, କୈଳାଶ ମହାନ୍ତ, ବୀରେନ୍ଦ୍ର ମହାନ୍ତ, ମନୋଜ ମହାନ୍ତ, ଵୈଳେନ୍ଦ୍ର ମହାନ୍ତ, ଦୀନେଶ ମହାନ୍ତ, ବିନୟ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ୩ଜୁନରେ ୧୦ ମ ପ୍ରତିଷ୍ଠା ଦିବସରେ ପୁରୁଣା ପାଣି ପଡିଆରେ ବହୁସଂଖ୍ୟାରେ କୁଡୁମୀ ସମାଜର ଆବାଳ, ବୃଦ୍ଧ ବନିତା ଯୋଗଦେବାପାଇଁ ରାଜ୍ୟ ସଭାପତି ବିନମ୍ର ଅନୁରୋଧ କରିବା ସହ ଏହି କ୍ରାନ୍ତିକାରୀ ସଭାରେ ଝାଡ଼ଖଣ୍ଡ, ଆସାମ, ପଶ୍ଚିମବଙ୍ଗ, ଓଡ଼ିଶାର ବହୁ ନେତୃବୃନ୍ଦ, ଭାଷା ପ୍ରେମୀ, କବି, ଲେଖକ, ସଂସ୍କୃତି ପ୍ରେମୀ , ସାମାଜିକ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ନେତୃବୃନ୍ଦ ଗଣମାଧ୍ୟମକୁ କହିଥିଲେ । କୁଡୁମୀ ସେନା ପକ୍ଷରୁ କୁସୁମୀ ସମାଜର କିଛି ସମାଜସେବୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ରାଜ୍ୟ ସଭାପତି ଜୈମୁନୀ ମହାନ୍ତ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ