ନବବଧୂର ସନ୍ଦେହଜନକ ମୃତ୍ୟୁ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଖଳାଗଡିଆ ଗ୍ରାମର ଜଣେ ନବବଧୁକୁ ଶ୍ୱଶୁର ଘର ଲୋକମାନେ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ମାରି ଦେଇଥିବା ଅଭିଯୋଗ ହେବାର ଏକ ମାସ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଏପରିକି ଶବକୁ ବ୍ୟବଚ୍ଛେଦ ନକରାଇ ଶବୁ ପୋଡି ଦେବା ଭଳି ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ କାହିଁକି ନୀରବତା ଅବଲମ୍ବନ କରୁଛି ତାହାକୁ ନେଇ ମୃତ ଝିଅର ପରିବାର ଲୋକେ ସଂନ୍ଦେହ କରିଛନ୍ତି । ଅଭିଯୋଗ ଅନୁଯାଇ ନନ୍ଦିପଦା ଥାନା ଅଧିନସ୍ଥ ଡଙ୍କୁରୀ ଗ୍ରାମର ମୁକୁନ୍ଦ ବେହେରାଙ୍କ ଝିଅ ଲିଜାରାଣୀ ବେହେରା ଗତ ୬ବର୍ଷ ପୁର୍ବେ ଖଳାଗଡିଆ ଗ୍ରାମର ଦିଲ୍ଲିପ କୁମାର ପୁହାଣଙ୍କୁ ଭଲପାଇ ବିବାହ କରିଥିଲା । ଏବେ ତାଙ୍କର ଗୋଟିଏ ୪ବର୍ଷର ଝିଅ ଅଛି । ବିବାହ ସମୟରେ କୌଣସି ଯୌତୁକ ଦିଆଯାଇ ନଥିବାରୁ ପରିବାର ଲୋକମାନେ ଅନେକ ସମୟରେ ତାକୁ ନିର୍ଯ୍ୟତନା ଦେଇ ଆସୁଥିଲେ । ଗତ ଅକ୍ଟୋବର ୧୨ତାରିଖ ମଧ୍ୟାହ୍ନରେ ଝିଅର ଦେହ ଖରାପ ଥିବା ଓ ତାକୁ ଡାକ୍ତରଖାନା ନେଇଯାଇଥିବା ଶୁଣିବାକୁ ପାଇବାପରେ ଲିଜାର ମା ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ଝିଅକୁ ମା ସହିତ ସାକ୍ଷାତ କରାଇ ଦେଇନଥିଲେ । କିନ୍ତୁ ଡାକ୍ତରଖାନା ଭିତରେ କିଛି ଜାଣି ନଥିବା ମା ନିକଟରୁ ଏକ କାଗଜରେ ଦସ୍ତଖତ କରାଇ ନେଇଥିଲେ । ମାତ୍ର ଡାକ୍ତରଖାନା ନେବାବାଟରେ ଲିଜାର ମୃତ୍ୟୁ ହୋଇସାରିଥିଲା । ସେମାନେ ଝିଅକୁ ମାରିଦେଇ ତା ପାଟିରେ ବିଷ ଢ଼ାଳି ଦେଇଥିବା ଆମେ ଅନୁମାନ କରୁଛୁ । ଏପରିକି ଶବକୁ ପୋଷ୍ଟ ମଟମ ନକରି ପୁଲିସକୁ କୌଣସି ସୁଚନା ନଦେଇ ଶବକୁ ସେମାନେ ସତ୍କାର କରିଦେଇଥିବା ଲିଜାରାଣୀର ବାପା ମକୁନ୍ଦ ସୋସୋ ଥନାରେ ଅଭିଯୋଗ କରିବାପରେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଅନ୍ୟପକ୍ଷେରେ ପୁଲିସ ଅଭିଯୁକ୍ତଙ୍କୁ ତଦନ୍ତ ପରିସର ଭୁକ୍ତ ନକରି ଅଭିଯୋଗକାରୀ ମୁକୁନ୍ଦର ପୁଅକୁ ଥାନାକୁ ଡାକି ସାଧାକାଗଜରେ କିଛି ଦସ୍ତଖତ କରାଇ ନେଇଥିବା ମୁକୁନ୍ଦ କହିଛନ୍ତି । ଏ ସମ୍ପର୍କରେ ଲିଜାର ବାପା ମୁକୁନ୍ଦ ବେହେରା ଆନନ୍ଦପୁର ଏସ.ଡି.ପି.ଓ, କେନ୍ଦୁଝର ଏସ.ପି, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରି ନ୍ୟାୟ ପାଇଁ ନିବେଦନ କରିଛନ୍ତି ।