ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ସମ୍ମିଳନୀ କାର୍ଯ୍ୟକ୍ରମର ଭିଡିଓ କନଫରେନସିଂ ଜରିଆରେ ସିଧା ପ୍ରସାରଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମିଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ବୁଧବାର ଦିନ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଜନ କଲ୍ୟାଣ ଯୋଜନା ଅନ୍ତର୍ଗତ ସୀମଲା ଠାରେ ହୋଇଥିବା ଗରିବ କଲ୍ୟାଣ ସମ୍ମିଳନୀ କାର୍ଯ୍ୟକ୍ରମର ଭିଡିଓ କନଫରେନସିଂ ମାଧ୍ୟମରେ ସିଧା ପ୍ରଶାରଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେଜିଲ୍ଲା ପରିଷଦ ସଭାପତି  ଜି ତିରୁପତି ରାଓ , ଜିଲ୍ଲାପାଳ  ଲିଙ୍ଗରାଜ ପଣ୍ଡା , ପାରଳା ବିଧାୟକ କେ ନାରାୟଣ ରାଓଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ , ଜନ ପ୍ରତିନିଧି ଓ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଉପକୃତ ହେଉଥିବା ହିତାଧିକାରୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ କେନ୍ଦ୍ରୀୟ ଲୋକଆଭିମୁଖୀ ଯୋଜନା ଗୁଡିକ ଉପରେ ଭିଡିଓ କନଫରେନସିଂ ମାଧ୍ୟମରେ ଅବଗତ କରା ଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ହିତାଧିକାରୀ ମାନଙ୍କ ସହିତ କେନ୍ଦ୍ରୀୟ ଯୋଜନା ଗୁଡିକରେ ସେମାନେ କିଭଳି ଉପକୃତ ହେଉଛନ୍ତି , ତାହା ହିତାଧିକାରୀ ମାନଙ୍କ ସହିତ ସିଧା ସଳଖ ଭାବେ ପଚାରି ବୁଝି ବାର୍ତ୍ତାଳାପ କରିଥିଲେ । ଏହି ସିଧା ପ୍ରଶାରଣ କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତେ ଉପଭୋଗ କରି ସମ୍ପୂର୍ଣ୍ଣ ଅବଗତ ହୋଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ତଥା ଲୋକାଭିମୁଖୀ କେନ୍ଦ୍ରୀୟ ଯୋଜନା ପ୍ରଧାନ ମନ୍ତ୍ରୀ ମୁଦ୍ରା ଯୋଜନା ସମ୍ପର୍କରେ ଉପକୃତ ହେଉଥିବା ଜଣେ ହିତାଧିକାରୀ  ରତ୍ନ ମଞ୍ଜରୀ ରାଉତ , ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଉପକୃତ ହେଉଥିବା ହିତାଧିକାରୀ  ସନ୍ତୋଷ କୁମାର ମହାରଣା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହେଉଥିବା ହିତାଧିକାରୀ  ବିଘନେଶ୍ଵର ରଥ ପ୍ରମୁଖ ସେମାନଙ୍କ ପ୍ରତିକ୍ରିୟାରେ କେନ୍ଦ୍ରୀୟ ଯୋଜନାରେ କିଭଳି ସେମାନେ ଉପକୃତ ହୋଇଛନ୍ତି ଏବଂ ତାଙ୍କ ପରିବାର କିଭଳି ଏହାଦ୍ୱାରା ବେଶ ସହାୟକ ହୋଇ ପାରିଛନ୍ତି , ସେ ସମ୍ପର୍କରେ କହି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଭୁୟସୀ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ