ଶାସ୍ତ୍ରୀୟ ପରମ୍ପରା ଉଲଙ୍ଘନ କରି ରଥ ନିର୍ମାଣକୁ ବଳଦେବ ସେନାର ବିରୋଧ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଶାସ୍ତ୍ରୀୟ ପରମ୍ପରା, ଶିଳ୍ପଶାସ୍ତ୍ର ଓ ଧର୍ମାଚାର୍ଯ୍ୟମାନଙ୍କ ବିନା ଅନୁମତିରେ କେତେକ ସ୍ଥାନରେ ମନଇଛା ରଥ ନିର୍ମାଣ କରାଯାଉ ଥିବା ଘଟଣାକୁ କେନ୍ଦ୍ରାପଡା ବଳଦେବ ସେନା ପକ୍ଷରୁ ତାହାର ତୀବ୍ର ବିରୋଧ କରାଯାଇଛି । ଏନେଇ ସେନାର କର୍ମକର୍ତ୍ତାମାନଙ୍କ ପକ୍ଷରୁ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ, ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଓ ପୁରୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଏହା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ କେଉଁଝରର ଶ୍ରୀବଳଦେବଜୀୟୁଙ୍କ ରଥର ନାମ ନନ୍ଦିଘୋଷ ଦିଆଯାଇ ଏହାର ଉଚ୍ଚତାକୁ ୭୨ ଫୁଟ କରାଯାଇଛି । ଗିନିଚ ବୁକ ଅଫ ରେକର୍ଡରେ ନାମ ପଞ୍ଜିକରଣ କରିବା ଉଦେଶ୍ୟରେ ଶାସ୍ତ୍ରୀୟ ପରମ୍ପରାକୁ ଉଲଙ୍ଘନ କରାଯାଇ ଏପରି କରାଯାଇ ଥିବା ସେନା ପକ୍ଷରୁ ଅଭିଯୋଗ କରାଯାଇଛି । ପୂର୍ବରୁ କେଉଁଝର ରାଜାଙ୍କ ସମୟରେ ରଥର ଉଚ୍ଚତା ୪୩ ଫୁଟ ଥିବାବେଳେ ପରବର୍ତ୍ତୀ ଅବସ୍ଥାରେ ତାହାର ଉଚ୍ଚତାକୁ ୬୦ଫୁଟକୁ ବଢାଯାଇ ଥିଲା । ଯାହାକି ୨୦୧୬ ମସିହା ପର୍ଯ୍ୟନ୍ତ ସେହି ଉଚ୍ଚତା ରହିଥିଲା । ସର୍ବତ୍ର ଶ୍ରୀ ବଳଦେବଜୀୟୁଙ୍କ ରଥର ନାମ ତାଳଧ୍ୱଜ ଥିବା ବେଳେ କେଉଁଝର ଶ୍ରୀବଳଦେବଜୀୟୁଙ୍କ ରଥର ନାମକୁ ନନ୍ଦିଘୋଷ କରାଯାଇ ଧାର୍ମିକ ବ୍ୟାପାରରେ ହସ୍ତକ୍ଷେପ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ମନଇଛା ନାମକରଣ ଓ ରଥର ଉଚ୍ଚତା ବୃଦ୍ଧି ଘଟଣା ଜଗନ୍ନାଥ ସଂସ୍କୃତି ଓ ଶ୍ରୀଜଗନ୍ନାଥଙ୍କ ପରମ୍ପରାର ବ୍ୟତିକ୍ରମ କରାଯାଉଥିବା ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବଳଦେବ ସେନାର ଉପଦେଷ୍ଟା ନିରଞ୍ଜନ ମେକାପ, ସଭାପତି ପୁପୁନ କୁମାର ସ୍ୱାଇଁ, ସମ୍ପାଦକ ଅମର କୁମାର ବାରିକ, ଅଭିଷେକ କର, ନିରଞ୍ଜନ ସ୍ୱାଇଁ, ଉମେଶ ବେହେରା, ରାକେଶ ବେହେରା, ଶାରଦା ପ୍ରସାଦ ରାଉତ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ