ବିଜେପି ନେତା ସଲିମ ଖାନ ୩ ଜିଲ୍ଲାର ପ୍ରଭାରୀ ନିଯୁକ୍ତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଉପସଭାପତି ମହମ୍ମଦ ସଲିମ ଖାନଙ୍କୁ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତିି ସିକନ୍ଦର ଅଲ୍ଲି ୩ଟି ଜିଲ୍ଲାର ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ଖାନଙ୍କୁ ଯାଜପୁର, ଜଗତସିଂପୁର ଓ କଟକ ସଦରର ପ୍ରଭାରୀ ଦାୟିତ୍ୱ ଅର୍ପଣ କରାଯାଇଛି । ଦଳ ପକ୍ଷରୁ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦିଆଯାଇଛି ସେ ତାକୁ ନିଷ୍ଠାର ସହିତ ନିଭାଇ ଥିବା କହିଛନ୍ତି ସଲିମ । ଏହି ଗୁରୁ ଦାୟିତ୍ୱ ବହନ କରି ବିଜେପିକୁ ସୁଦୃଢ କରିବାପାଇଁ କାର୍ଯ୍ୟ କରିବେ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହି ଦାୟିତ୍ୱ ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଥିବା ଦେଖାଯାଇଛି ।


