ବ୍ଳକସ୍ତରୀୟ ଜନଶୁଣାଣି

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍‌/ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ପକ୍ଷରୁ ମନରେଗା ଜାତୀୟ ସମାମଜିକ ସହାୟତା ଯୋଜନା ବ୍ଳକସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ବ୍ଳକ ସଭାଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ରବିନ୍ଦ୍ର କୁମାର ମଲାଣ, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ଏପିଓ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ମଂଚାସୀନ ଥିଲେ । ସହକାରୀ ଯନ୍ତ୍ରୀ ହୋତା ୨୦୧୮-୧୯ ଆର୍ଥୀକ ବର୍ଷର ମନରେଗା ଯୋଜନାର ବାର୍ଷିକ ବୀବରଣୀ ପାଠ କରିଥିଲେ । ସ୍ଥାନୀୟ ବ୍ଳକର ସମସ୍ତ ପଂଚାୟତର ଜିଆରଏସ ମାନେ ସେମାନଙ୍କ ପଂଚାୟତରେ ସମ୍ପାଦିତ ହୋଇଥିବା ମନରେଗା ଯୋଜନାର ପ୍ରକଳ୍ପ, ଶ୍ରମ ଦିବସ ଓ ତତ୍‌ସମ୍ବନ୍ଧୀୟ ବ୍ୟୟ ବିବରଣୀ ପ୍ରଦାନ କରିଥିଲେ ।ମୋଟ ପଞ୍ଜିକୃତ ଶ୍ରମିକ ପରିବାର ସଂଖ୍ୟା ୧୯ ହଜାର ୧୪୩ ଓ ସମସ୍ତ ପରିବାରଙ୍କୁ ଜବ୍ କାର୍ଡ଼ ପ୍ରଦାନ କରାଯାଇଥିଲା । ୮ ହଜାର ୩୦୯ ପରିବାର କାର୍ଯ୍ୟ ସକାଶେ ଆବେଦନ କରିଥିବା ବେଳେ ୭ ହଜାର ୬୫୪ଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଥିଲା । ମୋଟ ଶ୍ରମ ସିବସ ୪.୭୫୫୧୮ । ୧୦୦ ଦିନର ସମ୍ପୁର୍ଣ୍ଣ କରିଥିବା ପରିବାର ସଂଖ୍ୟା ୭୨୨, ଅଣକୂଶଳୀ ଶ୍ରମିକଙ୍କୁ ପ୍ରଦାନ କରାଯାଇଥିବା ମାଷ୍ଟର ରୋଲ ୧୪ ହଜାର ୭୧୨, କୂଶଳୀ ଓ ଅର୍ଦ୍ଧକୂଶଳୀ ଶ୍ରମିକଙ୍କୁ ପ୍ରଦାନ କରାଯାଇଥିବା ମାଷ୍ଟର ରୋଲ ୧୦୭୩, ପୂରଣ ହୋଇଥିବା ମାଷ୍ଟର ରୋଲ ସଂଖ୍ୟା ୧୪ ହଜାର ୬୯୪, ପଂଚାୟତ ଓ ସମିତି ସ୍ତରୀୟ ମୋଟ ମଜୁରୀ ବ୍ୟୟ ୬ କୋଟି ୩୮ ଲକ୍ଷ ୯ ହଜାର, ସାମଗ୍ରୀ ବାବଦରେ ପଂଚାୟତ ଓ ସମିତି ସ୍ତରରେ ମୋଟ ବ୍ୟୟ୨୦୪.୫୬ ଲକ୍ଷ, ମଜୁରୀ ବାବଦରେ ସମୁଦାୟ ଖର୍ଚ୍ଚ ୬୩୮.୧ କୋଟି ଟଙ୍କା ସର୍ବମୋଟ ବ୍ୟୟ ୯୦୨. ୨୬ କୋଟି ବ୍ୟୟ ବରାଦ ହୋଇଥିବା ନେଇ ବୈଠକରେ ସମୀକ୍ଷା କରାଯାଇଥିଲା । ବୈଠକରେ ସହକାରୀ ଉନ୍ୟାନ ବିଭାଗୀୟ ଅଧିକାରୀ ଶୁଭସ୍ମିତା ସାହୁ, ମୃତିକା ସଂରକ୍ଷଣ ଭଗବାନ ଜେନା, ବନବିଭାଗୀୟ ଫରୋଷ୍ଟର ପ୍ରଦୀପ କୁମାର ପଣ୍ଡା, ସରପଂଚ ଲକ୍ଷ୍ମଣ ଗୌଡ଼, ରଘୁନାଥ ବେହେରା, ନନ୍ଦ ପ୍ରଧାନ,ଜାଗିଲି ଦାସ, ପି. ବାସନ୍ତି, ବି. ଆପେୟା, ତ୍ରିନାଥ ପାଣିଗ୍ରାହୀ, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ମନୋଜ ସାବତ, ଜିଲ୍ଲାପରିଷଦ ସଭ୍ୟ ଦୁର୍ଗା ମାଧବ ମହାନ୍ତି, ରୋହିତ ପ୍ରଧାନଙ୍କସସମେତ ବହୁ ପଂଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ସାଥୀ, ଜିଆରଏସ୍‌, ବିଏଫଟି, ଭିଆରଡ଼ି ପ୍ରମୁଖ ଉପସ୍ଥିିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ