ତାମିଲ ସୁପରଷ୍ଟାର କମଲ ହାସନ ଙ୍କୁ ମିଳିଲା ଡକ୍ଟରେଟ୍

ଭୁବନେଶ୍ୱର-ଭୁବନେଶ୍ୱର: ଅଭିନେତା କମଲ ହାସନଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି । ଚଳଚ୍ଚିତ୍ର କ୍ଷେତ୍ରରେ ଗତ ଛଅ ଦଶନ୍ଧି ଧରି ଉଲ୍ଲେଖନୀୟ ଅବଦାନକୁ ଲକ୍ଷ୍ୟରେ ରଖି ଏକ ଘରାଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଉପାଧି ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳଚ୍ଚିତ୍ର କ୍ଷେତ୍ରରେ କମଲଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏମଏନଏମ (ମକ୍କଲ ନିଧି ମୟମର) ଦଳର ମୁଖ୍ୟ କମଲ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଏହି ଭେଟଘାଟ ଅବସରରେ ଉଭୟଙ୍କ ମଧ୍ୟରେ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସାକ୍ଷାତ ପରେ କମଲ କହିଛନ୍ତି, ବରିଷ୍ଠ ନେତା ଭାବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଉପଦେଶ ସହ ଅଭିଜ୍ଞତା ଓ ପରାମର୍ଶ ନେଇଛନ୍ତି । ତାଙ୍କ ସଫଳ ରାଜନୈତିକ କ୍ୟାରିୟର ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ