ଅବକାରୀ ଚଢଉ ୪୩୦୦ଲିଟର ମହୁଲ ପୋଚ ନଷ୍ଟ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ୟୁନିଟ ଏବଂ ସଦର ଅବକାରୀ ବିଭାଗର ମିଳିତ ଚଢଉ କରାଯାଇଥିଲା । ଜିଲ୍ଲାର ବୁରୁଗାଁ, ଭୀମପୁର, ଗଣ୍ଡାହାତୀ ଆଦି ଗ୍ରାମାଞ୍ଚଳରେ ଏହି ଚଢଉ କରାଯାଇଥିଲା । ଏହି ଚଢଉ ବେଳେ ପ୍ରାୟ ୪୩୦୦ ଲିଟର ମହୁଲ ପୋଚକୁ ନଷ୍ଟ କରାଯାଇଥିବା ବେଳେ ୩୧୮ ଲିଟର ଚୋରା ଦେଶୀ ରନ୍ଧାମଦ ଜବତ କରାଯାଇଥିବାର ଜଣାପଡିଛି । ଏହା ସହ ବିଭିନ୍ନ ମଦ ରନ୍ଧା ସାମଗ୍ରୀ ମଧ୍ୟ ଜବତ ହୋଇଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ