ବିଶ୍ୱରେ ପାଳିତ ହେଉଥିବା କେତେକ ଅଜବ ଦିବସ

ବିଶ୍ୱର ପ୍ରତ୍ୟେକ ଦିନକୁ କିଛି ନା କିଛି ଦିବସ ଭାବେ ପାଳନ କରାଯାଏ । କେତେକ ଦିବସ ସମ୍ପର୍କରେ ଆମେ ଜାଣିଥାଉ । ଆଉ କେତେକ ଦିବସ ସମ୍ପର୍କରେ ଜାଣି ନ ଥାଉ । ବିଶ୍ୱରେ ଏମିତି କିଛି ଦିବସ ପାଳନ, ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଲନ୍ତୁ ଏହି ଅଜବ ଦିବସ ସମ୍ପର୍କରେ ଜାଣିବା ।
ଜାନୁଆରି ୩ ତାରିଖକୁ ବିଶ୍ୱର ବିଭିନ୍ନ ସ୍ଥାନରେ ଶୟନ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଲୋକମାନେ ନିଜ ଇଚ୍ଛା ମୁତାବକ ଯେତେ ସମୟ ପାରନ୍ତି ଶୋଇ ବିତେଇଥାନ୍ତି ।
ଫେବ୍ରୁଆରି ୯ ତାରିଖକୁ ବିଶ୍ୱ ଦାନ୍ତବିନ୍ଧା ଦିବସ ଭାବେ ପାଳନ କରାଯାଏ । ତେବେ ଲୋକମାନଙ୍କ ମଧ୍ୟରେ ଦାନ୍ତ ସମ୍ବନ୍ଧୀୟ ସ୍ୱଚ୍ଛତା ଏବଂ ସୁସ୍ଥ ଦାନ୍ତ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସ ପାଳନ କରାଯାଇଥାଏ ।
ଜୁନ୍ ୨କୁ ବିଶ୍ୱର କେତେକ ସ୍ଥାନରେ ଅଫିସରୁ ଶୀଘ୍ର ଘରକୁ ଯିବା ଦିବସ ଭାବେ ପାଳନ କରାଯାଏ । ଏହି ଦିନ କର୍ମକର୍ତ୍ତାମାନେ ଅଫିସରୁ ଶୀଘ୍ର ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିଥାନ୍ତି, ଯାହା ଦ୍ୱାରା ସେମାନଙ୍କ କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ଘଟିଥାଏ ବୋଲି ଗବେଷଣାରୁ ଜଣାଯାଇଛି ।
ଜୁନ ୨୦ ରୁ ୨୬ ମଧ୍ୟରେ ଆମେରିକାରେ ଏଭଳି ଏକ ଦିନ ପାଳନ କରାଯାଏ, ଯେଉଁଦିନ ଲୋକମାନେ ନିଜ ପୋଷା କୁକୁରକୁ ଅଫିସକୁ ନେଇ ଯାଇଥାନ୍ତି । ତେବେ ଲୋକମାନଙ୍କ ମଧ୍ୟରେ ପୋଷାକୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିନଟି ପାଳନ କରାଯାଇଥାଏ ।
ଡିସେମ୍ବର ୭କୁ ବିଭିନ୍ନ ସ୍ଥାନରେ ଚିଠି ଲେଖା ଦିବସ ଭାବେ ପାଳନ କରାଯାଏ । ଇମେଲ ଓ ଟେଲିଗ୍ରାଫ୍‌ର ଅଗ୍ରଗତି ଫଳରେ ଲୋକମାନେ କାଗଜ କଲମରେ ଲେଖିବା ପ୍ରାୟ ବନ୍ଦ କରିଦେଲେଣି । ତେଣୁ ଲୋକଙ୍କୁ ପୁଣି କାଗଜ କଲମ ପ୍ରତି ଆକର୍ଷିତ କରିବା ପାଇଁ ଏହି ଦିନଟିକୁ ପାଳନ କରାଯାଇଥାଏ, ଯେଉଁଦିନ ଲୋକମାନେ ନିଜ ପ୍ରିୟଜନଙ୍କୁ ହାତଲେଖା ଚିଠି ପ୍ରଦାନ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ