ବଜ୍ରାଘାତରେ ୧୬ଟି ଛେଳି ମୃତ : ଜଗୁଆଳି ଆହାତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଂଚାୟତରେ ଥିବା ପାଇତାରି ପାହାଡରେ ସୋମବାର ବଜ୍ରାଘାତରେ ୧୬ଟି ଛେଳି ମୃତ୍ୟୁ ବରଣ କରିଛନ୍ତି । ଛେଳି ଜଗୁଆଳ ତଥା ପୋସୁଥିବା ମୁଷୁଡୁ ବିଷୋୟୀ ଆଜି ଛେଳି ମାନଙ୍କୁ ନେଇ ପାଇତାରି ପାହାଡକୁ ଯାଇଥିବା ବେଳେ ହଠାତ୍ ବଜ୍ରାଘାତ ସହ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ପ୍ରାୟ ୧୬ ଜଣ ଛେଳି ମୃତ୍ୟୁବରଣ କରିଥିବା ବେଳେ ଛେଳି ଜଗୁଆଳ ମୁଷୁଡୁ ବିଷୋୟୀ ଅଚେତ ହୋଇ ପଡିଯାଇଥିଲେ । କିଛି ସମୟ ପରେ ଜଗୁଆଳି ମୁଷୁଡୁ ବିଷୋୟୀଙ୍କ ଚେତା ଫେରିଥିବା ବେଳେ ସେ ଆହାତ ହୋଇଥିବା ଜଣାପଡିଛି । ସେ ଛେଳି ପାଳନ କରି ନିଜ ଜିବିକା ପୋଷଣ କରୁଥିବା ବେଳେ ତାଙ୍କ ଛେଳି ମୃତ୍ୟୁ ହୋଇଯାଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ ସରପଂଚ ଗଗନ କୁମାର ବେହେରା ଓ ଛତ୍ରପୁର ବ୍ଲକ ଯୂବ ବିଜେଡି ସଭାପତି କାଳିଆ ନାହାକ ପ୍ରମୁଖ ଦାବି କରିଛନ୍ତି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ