ଜିଲ୍ଲା ଶୈଣ୍ଢିକ ସମାଜର ପ୍ରତିଷ୍ଠା ଦିବସ
ଫୁଲବାଣୀ, (ସୁନୀଲ କୁମାର ବେହେରା) :-କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡ଼ି ଉମା ମହେଶ୍ୱରୀ ମନ୍ଦିର ନିକଟରେ ଜିଲ୍ଲା ଶୈଣ୍ଢିକ ସମାଜର ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍କିତା କହଁର ଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ କେରେଡି ସରପଞ୍ଚ ବନିତା କହଁର,ଗୁମାଗଡ ସରପଞ୍ଚ ପ୍ରତାପ ଚନ୍ଦ୍ର କହଁର, ଉପସ୍ଥିତ ଥିଲେ । ଜିଲ୍ଲା ଶୈଣ୍ଢିକ ସମାଜର ସଭାପତି ଦେବଶ୍ଵର ବେହେରା ଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉପ ସଭାପତି ବାଳକୃଷ୍ଣ ସାହୁ, ସମ୍ପାଦକ ସୁଶାନ୍ତ କୁମାର ବେହେରା, ସହ ସମ୍ପାଦକ ବସନ୍ତ ସାହୁ, କୋଷାଧ୍ୟକ୍ଷ ଶିବପ୍ରସାଦ ସାହୁ , ଉପଦେଷ୍ଟା ତୈନାଥ ସାହୁ, ପ୍ରଫୁଲ୍ଲ କୁମାର ସାହୁ, ପଦ୍ମ ଚରଣ ସାହୁ,ମଳୟ ବେହେରା, ଙ୍କ ଉପସ୍ଥିତି ରେ ପ୍ରତିଷ୍ଠା ଦିବସ ସମାରୋହ ରେ ଶୈଣ୍ଢିକ ସମାଜର ସଂଗଠନ କିପରି ସୁଦୃଢ ହୋଇ ପାରିବ ସେନେଇ ଆଲୋଚନା କରାଯାଇଥିଲା ଏବଂ ନିଶା ନିବାରଣ, ଶିକ୍ଷା ଓ ସଂସାର ଉପରେ ମା ମାନଙ୍କ ଏବଂ ପରିବାର ର ଭୂମିକା କଣ ରହିବା କଥା ତାହାକୁ ବିସ୍ତୃତ ଭାବରେ ବୁଝାଇ ଥିଲେ ।ଏହି ପ୍ରତିଷ୍ଠା ଦିବସ କନ୍ଧମାଳ ଜିଲ୍ଲାର ବହୁ ମାତ୍ରା ରେ ଶୈଣ୍ଢିକ ସମାଜ ବାସୀ ଉପସ୍ଥିତ ଥିଲେ । ଏଥିରେ ସୋରଜ୍ ବେହେରା ସଭା ପରିଚାଳନା କରିଥିଲେ । ଶୁଣ୍ଢି କ ସମାଜ ର ପ୍ରତିଷ୍ଠାତା ଅବଦୂତ ସାହୁ , ପଦ୍ମ ଚରଣ ସାହୁ , ଦିନ ବନ୍ଧୁ ସାହୁ , ପ୍ରଫୁଲ୍ଲ ସାହୁ , ଇନ୍ଦ୍ର ପ୍ରଧାନ ଏହି ସମାଜ ର ଉପବିଧି ଲେଖକ ସ୍ବର୍ଗତ ଅବଦୁତ ସାହୁ , ଆଙ୍କର ଲେଖନୀ ମୁନ ର ଲେଖା ଓ ଉପବିଧୀ ର ନିୟମ କୁ ମାନି ଆଜି କନ୍ଧମାଳ ଜିଲ୍ଲା ରେ ପଛୁଆ ବର୍ଗ ର ପ୍ରତ୍ୟେକ ସମାଜ କୁ ଏକ ତ୍ରିତ କରି ପଛୁଆ ବର୍ଗ ର ସ୍ଥାନ କୁ ବଜାୟ ରଖିବା ପାଇଁ ଏବଂ ଉପଵିଧି ଲେଖନୀ କୁ ସ୍ମରଣ କରିବା ପାଇଁ ପ୍ରତିଷ୍ଠା ଦିବସ ପାଳନ କରିଛି କନ୍ଧମାଳ ଜିଲ୍ଲା ସୁଣ୍ଡ୍ଡି କ ସମାଜ। ଶେଷରେ ଶିବ ପ୍ରସାଦ ସାହୁ ଧନ୍ୟବାଦ୍ ଦେଇଥିଲେ। ଏବଂ କେରେଡି ଗ୍ରାମ ର ମା ଭଉଣୀ ଏବଂ ଯୁବ ଗୋଷ୍ଟି ସମ୍ପୂର୍ଣ୍ଣ ସହୋଜୋଗୋ କରିଥିଲେ ।


