ପୂର୍ବତ୍ତନ ଦେବୋତ୍ତର ନିର୍ବାହୀ ଅଧିକାରୀ ଶୁକଦେବ ପଣ୍ଡାଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଇଛାପୁରସ୍ଥିତ ଶ୍ରୀଶ୍ରୀ ବଳଦେବଜୀଉ ଦେବୋତ୍ତର କାର୍ଯ୍ୟାଳୟରେ ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱର୍ଗତ ଶୁକଦେବ ପଣ୍ଡାଙ୍କ ବିୟୋଗରେ ବର୍ତ୍ତମାନର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଶୁକଦେବ ପଣ୍ଡା ସରକାରୀ ପ୍ରଶାସନିକ ଅଧିକାରୀରୁ ଅବସର ପରେ ଦେବୋତ୍ତର ସଂସ୍ଥାରେ ୧୯୯୬ ମସିହାଠାରୁ ୨୦୦୨ ମସିହା ପର୍ଯ୍ୟନ୍ତ ନିର୍ବାହୀ ଅଧିକାରୀ ଭାବେ ସଂସ୍ଥାର ସୁପରିଚାଳନା କରି ବହୁବିଧି ଉନ୍ନତି କରିଥିଲେ । ସଭାରେ ବଳଭଦ୍ର ପତ୍ରୀ, ପୂର୍ବତନ ନଗରପାଳ ଓ ଟ୍ରଷ୍ଟି ଧିରେନ୍ କୁମାର ସାହୁ, ଟ୍ରଷ୍ଟି ରଞ୍ଜନ କୁମାର ପୃଷ୍ଟି ଓ ଅବସରପ୍ରାପ୍ତ ବରିଷ୍ଠ ସହାୟକ ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ତାଙ୍କ କାର୍ଯ୍ୟାବଳି ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀଚରଣ ସେନାପତି, ନିତ୍ୟାନନ୍ଦ ମହାନ୍ତି, ଭ୍ରମରବର ବିଶ୍ୱାଳ, ଭକ୍ତ ଚରଣ ପଣ୍ଡା ପ୍ରମୁଖ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ