ଅଙ୍ଗନବାଡି କେନ୍ଦ୍ରରେ ତାଲା,ଖରାରେ ସିଝିଲେ ପିଲା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋମଳମତି ଶିଶୁଙ୍କ ସ୍ୱାସ୍ଥ୍ୟର ବିକାଶ ସହ ବୌଦ୍ଧିକ ଶିକ୍ଷା କ୍ଷେତ୍ରରେ ତୃଣ ମୂଳ ସ୍ତରରେ ଉନ୍ନତି ନିମନ୍ତେ ବିଭିନ୍ନ ସମୟରେ ସହାୟତା ଯୋଗାଇ ଦେଇ ଆସୁଛନ୍ତି। ଅପପୁଷ୍ଟିର ଶିକାରକୁ ରୋକିବା ଦିଗରେ ଗୁରୁତ୍ୱ ପ୍ରଦାନ କରାଯାଇ ମାନସିକ ସ୍ତରରେ ସେମାନଙ୍କ ଶାରୀରିକ ବିକାଶ ଓ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇଁ ଶିଶୁ ଓ ମହିଳା ବିକାଶ ବିଭାଗ ପକ୍ଷରୁ ବହୁ ଯୋଜନା ସହ ଅଜସ୍ର ଅର୍ଥ ବ୍ୟୟ ବରାଦ ବି କରାଯାଇଛି। କିନ୍ତୁ ଦୀର୍ଘ ଦିନ ଧରି ଅଙ୍ଗନବାଡି ଭାବେ ନିୟୋଜିତ ଥିବା କିଛି ବେଫିକର ଅଙ୍ଗନବାଡି ସରକାରଙ୍କ ଏଭଳି ମହାତକାଂକ୍ଷୀ ଯୋଜନାକୁ ଦଳି ମକଚି ମନମାନୀ ଢଙ୍ଗରେ କେନ୍ଦ୍ରକୁ ପରିଚାଳନା କରୁଥିବା ଜଣା ପଡ଼ିଛି । ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ  ସାଧାରଣରେ କିଏ କାହାର ଜ୍ଞାତି କୁଟୁମ୍ବର ପରିଚୟ ଦେଇ ଦୀର୍ଘ ଦିନ ଧରି ଏଭଳି ଅବ୍ୟବସ୍ଥା ଚଳାଇ ଆସୁଥିବା ଦେଖାଯାଉଛି । ଆଉ କିଏ ବଡ଼ ହାକିମଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇ ବିଭାଗୀୟ ଅଧିକାରୀ ଓ ସରକାରୀ ନିର୍ଦେଶନାମାକୁ ଫୁ କରି ଅନିୟମିତତା ଓ ଆର୍ଥିକ ପରିପୁଷ୍ଟ ହେବା ପାଇଁ ପ୍ରୟାସ ଜାରି ରଖିଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି।ଏଭଳି ଅନିୟମିତତାର ବିକଳ ଚିତ୍ର ହିଞ୍ଜିଳିବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଅଧିନରେ ଥିବା ପୋଡିଙ୍ଗି ସ୍ଥିତ ଅଙ୍ଗନବାଡି କେନ୍ଦ୍ର ୨,୩ ଏବଂ ୪ରେ ଏଭଳି ଛବି ମଙ୍ଗଳବାର ଦେଖିବାକୁ ମିଳିଛି । କେନ୍ଦ୍ର ଗୁଡିକରେ ତାଲା ଝୁଲୁଥିବା ବେଳେ ଛୋଟ ଛୋଟ କୋମଳମତି ଶିଶୁ ବାହାରେ ଅପେକ୍ଷା କରିଥିବା ଜଣାପଡ଼ିଛି । ଖରାରେ ସିଝି କିଛି ଶିଶୁ ଗେଟ ସମ୍ମୁଖରେ ଛିଡା ହୋଇଥିଲା ବେଳେ ଆଉ କିଛି ଶିଶୁ ନିକଟରେ ଥିବା ଗଛଲତା ଛାଇରେ ଏକତ୍ରିତ ହୋଇ ତାଲା ଖୋଲିଲେ କେନ୍ଦ୍ରକୁ  ପାଠ ପଢିବା ପାଇଁ ଅପେକ୍ଷା କଲି ରହିଥିବା ଦୃଷ୍ଟିକୁ ଆସିଛି । ସୂଚନା ମୁତାବକ ସମ୍ପୃକ୍ତ ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଅନିୟମିତତା ଦୀର୍ଘ ଦିନ ଧରି ଦେଖାଦେଇଛି।ରାଜନୈତିକ ଛତ୍ରଛାୟା ତଳେ ହେଉ କିମ୍ବା ବଡ଼ ହାକିମଙ୍କ ସମ୍ପର୍କୀୟ ଭାବେ ନିଜକୁ ଉପସ୍ଥାପନ କରି ନିୟୋଜିତ ଅଙ୍ଗନବାଡି ଏଭଳି ପନ୍ଥା ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀ ଓ ସରକାରୀ ନୀତିନିୟମକୁ ଖୋଲାଖୋଲି ଉଲଙ୍ଘନ କରି ଚାଲିଥିବା ବେଳେ ଶିଶୁଙ୍କ ଭବିଷ୍ୟତ ବିପଦଜନକ ସ୍ଥିତି ଆଡକୁ ଗତି କରୁଥିବା ଜଣାପଡ଼ିଛି । ଏଥରେ କିଏ ଫାଇଦା ଉଠାଉଛି ଆଉ କାହାର କ୍ଷତି ହେଉଛି ଏହାରଏଜ ସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।ପ୍ରକାଶ ଥାଉକି ଗତ ୨୨ ତାରିଖ ଦିନ ହିଞ୍ଜିଳିକାଟୁ ପୋୖରାଞ୍ଚଳ ଥାନା ତୋଟା ସାହି ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଏକ ଅଭାବନୀୟ ଘଟଣା ସହରରେ ଚର୍ଚ୍ଚା ସୃଷ୍ଟି କରିଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ