ଟୟୋଟା କିର୍ଲୋସ୍କର ମୋଟର ପକ୍ଷରୁ ଓଡ଼ିଶାର ପ୍ରଥମ ଡ୍ରାଇଭିଂ ସ୍କୁଲ ଏସ୍ପିରିଟ୍ ଟୟୋଟା ଉଦ୍ଘାଟିତ

ଭୁବନେଶ୍ୱର,: ଭାରତରେ ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟୟୋଟା କିର୍ଲୋସ୍କର ମୋଟର ଏହାର ୧୩ତମ ଟୟୋଟା ଡ୍ରାଇଭିଂ ସ୍କୁଲ୍ର ଉଦ୍ଘାଟନ କରିଛି ଏବଂ ଟୟୋଟା ଡ୍ରାଇଭିଂ ସ୍କୁଲ୍ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ଏହାଛଡା “ସେଫେଷ୍ଟ କାର ଉଇଥ୍ ସେଫେଷ୍ଟ ଡ୍ରାଇଭ” ଯାହାକି କମ୍ପାନିର ସୁରକ୍ଷା ମିସନକୁ ପୁରା କରିବା ସହିତ ପ୍ରତ୍ୟେକ ଛାତ୍ରଙ୍କୁ ଏକ ଜିମେଦାରି ଏବଂ ସୁରକ୍ଷିତ ଡ୍ରାଇଭର ତିଆରି କରିବା ଏହାର କର୍ତ୍ତବ୍ୟ ଅଟେ । କମ୍ପାନି ପକ୍ଷରୁ ଏହା ଓଡ଼ିଶାର ପ୍ରଥମ ଡ୍ରାଇଭିଂ ସ୍କୁଲ୍ ଅଟେ ଯାହାକି ଏସ୍ପିରିଟ୍ ଟୟୋଟା ,ଭୁବନେଶ୍ୱର ଦ୍ୱାରା ପରିଚାଳିତ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପରିବହନ କମିଶନର ସଞ୍ଜିବ ପଣ୍ଡା, ଏସ୍ପିରିଟ୍ ଟୟୋଟାର ମ୍ୟାନେଜିଙ୍ଗ ଡାଇରେକ୍ଟର ସୁନୀଲ ତନୈଜା, ଟୟୋଟା କିର୍ଲୋସ୍କର ମୋଟରର ଡେପୁଟି ମ୍ୟାନେଜିଙ୍ଗ ଡାଇରେକ୍ଟର ଏନ୍. ରାଜା ସମେତ ଟୟୋଟା କିର୍ଲୋସ୍କର ମୋଟର ଏବଂ ଏସ୍ପିରିଟ୍ ଟୟୋଟାର ବହୁ ଅଧିକାରୀ ଉପସ୍ଥିତ ଥିଲେ ।
ସମ୍ପ୍ରତି ଦେଶର କୋଚି, କୋଲକାତା, ଲକ୍ଷେ୍ନ, ଫରିଦାବାଦ୍, ବିଜୟୱାଡ଼ା, ସୁରଟ, ମୁମ୍ବାଇ,ପାଲାକ୍କାଡ଼ ଆଦିଠାରେ ଗୋଟିଏ ଲେଖାଏଁ ସ୍କୁଲ ଥିବାବେଳେ ହାଇଦ୍ରାବାଦ୍ ଓ ଚେନ୍ନାଇରେ ୨ଟି କରି ମୋଟ ୧୨ଟି ଡ୍ରାଇଭିଂ ସ୍କୁଲ ରହିଛି । ଏଠାରେ କମ୍ପାନୀ ପକ୍ଷରୁ ସୁରକ୍ଷିତ ଗାଡି ଚାଳନା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ଏସବୁ ସ୍କୁଲରେ ଟ୍ରାଫିକ୍ ପରିଚାଳନା, ନିୟମ ଏବଂ ଶୃଙ୍ଖଳା, ସୁରକ୍ଷିତ ଗାଡ଼ି ଚାଳନା, ଚାଳକର କର୍ତ୍ତବ୍ୟ ଏବଂ ଦାଇତ୍ୱ, ସାଧାରଣ ମରାମତି, ଗାଡି ଚାଳନା ଅଭ୍ୟାସ, ଭିନ୍ନ ପରିବେଶରେ ଡ୍ରାଇଭିଂ ଶିକ୍ଷା, କାର ବିଷୟରେ ଜାଣିବା ତଥା ଗାଡିର ଯତ୍ନ ଏବଂ ରକ୍ଷଣାବେକ୍ଷଣ, ଅପାତ୍କାଳୀନ ମରାମତି ଏବଂ ବ୍ୟବସ୍ତିତ ମୁଲ୍ୟାଙ୍କନ ଏବଂ ପ୍ରତିକ୍ରିୟା ଇତ୍ୟାଦି ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥାଏ । ଏହି ଅବସରରେ ଏସ୍ପିରିଟ୍ ଟୟୋଟାର ମ୍ୟାନେଜିଙ୍ଗ ଡାଇରେକ୍ଟର ସୁନୀଲ ତନୈଜା କହିଲେ, ଓଡ଼ିଶାର ଭୁବନେଶ୍ୱରରେ ଟୟୋଟା ପକ୍ଷରୁ ଡ୍ରାଇଭିଂ ସ୍କୁଲ ଆରମ୍ଭ କରାଯାଇଥିବାରୁ ଆମ୍ଭେ ବେଶ୍ ଆନନ୍ଦିତ । ଏହା ଦ୍ୱାରା ସ୍ଥାନୀୟ ଜନସାଧାରଣ ସୁରକ୍ଷିତ ଗାଡି ଚାଳନା ସମ୍ପର୍କରେ ଅନେକ ତଥ୍ୟ ହାସଲ କରିବା ସହିତ ବିଶେଷ ଉପକୃତ ହୋଇପାରିବେ । ଏଠାରେ ପେଶାଦାର ପ୍ରଶିକ୍ଷକଙ୍କ ସହାୟତାରେ ଶିକ୍ଷାଦାନ କରାଯାଉଥିବାରୁ ଜନସାଧାରଣ ସହଜରେ ଜ୍ଞାନ ହାସଲ କରିବାକୁ ସକ୍ଷମ ହେବେ । ଟୟୋଟା ଏହାର ନିର୍ମାଣରେ ଡୁଆଲ୍ ଏସଆରଏସ ଏୟାର ବ୍ୟାଗ୍, ଆଂଟିଲକ୍ ବ୍ରେକିଂ ସିଷ୍ଟମ୍ ସହିତ ଇବିଡି ଏହାର ସମସ୍ତ ମଡେଲରେ ଅନ୍ତର୍ଭୁକ୍ତ କରି ଗାଡ଼ି ଚାଳନାକୁ ସୁରକ୍ଷିତ କରି ଗଢ଼ି ତୋଳିଛି । ଏବେ ଡ୍ରାଇଭିଂ ସ୍କୁଲ ସହାୟତାରେ ଚାଳକଙ୍କ ସାଧାରଣ ତ୍ରୁଟି ସୁଧାର ହୋଇପାରିବ । ଏହି ଅବସରରେ ଟୟୋଟା କିର୍ଲୋସ୍କର ମୋଟରର ଡେପୁଟି ମ୍ୟାନେଜିଙ୍ଗ ଡାଇରେକ୍ଟର ଏନ୍.ରାଜା କହିଲେ, କମ୍ପାନୀ ପକ୍ଷରୁ ଡ୍ରାଇଭିଂ ସ୍କୁଲ ସ୍ଥାପିତ ହେଉଥିବାରୁ ଆମ୍ଭେ ଉତ୍ସାହିତ । ଦେଶରେ ସଡ଼କ ଦୁର୍ଘଟଣା ପ୍ରତିବର୍ଷ ୧୫୦,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥାଏ । ସେହିପରି ପ୍ରତିଦିନ ସଡ଼କ ଦୁର୍ଘଟଣାରେ ହାରାହାରି ୪୦୦ରୁ ଅଧିକ ଆହତ ହୋଇଥାନ୍ତି । ସରକାରୀ ରିପୋର୍ଟ ଅନୁସାରେ ଓଡ଼ିଶାରେ ଚଳିତ ବର୍ଷ ପ୍ରଥମ ୫ ମାସରେ ସଡ଼କ ଦୁର୍ଘଟଣା ହାର ୧୩ ପ୍ରତିଶତ ବୃଦ୍ଧି ପାଇଛି । ଏହା ୨୦୧୮ ବର୍ଷଠାରୁ ଯଥେଷ୍ଟ ଅଧିକ ରହିଛି । ଏସବୁ ଦୁର୍ଘଟଣା ମଧ୍ୟରେ ୭୫ ପ୍ରତିଶତ ଘଟଣାରେ ଚାଳକଙ୍କର ତ୍ରୁଟି ରହିଥିବା ଜଣାପଡ଼ିଛି । ଦ୍ରୁତଗତିରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା, ହେଲମେଟ୍ ନ ପିନ୍ଧିବା, ସିଟ୍ ବେଲ୍ଟ ନ ବାନ୍ଧିବା, ଉପଯୁକ୍ତ ଲେନ୍ରେ ଗାଡ଼ି ଚାଳନା ନ କରିବା ଆଦି ଯୋଗୁ ଏପରି ହୋଇଥିବା ଜଣାପଡ଼ିଛି । ତେବେ କମ୍ପାନୀର ଡ୍ରାଇଭିଂ ସ୍କୁଲ ଦ୍ୱାରା ଏହି ସାଧାରଣ ତ୍ରୁଟିର ସମାଧାନ ହୋଇପାରିବ । କୁହୁଡ଼ି ସମୟରେ କିଭଳି ଗାଡ଼ି ଚାଳନା କରାଯିବ ସେ ନେଇ ପ୍ରଶିକ୍ଷଣ ଦିଆଯିବ । ଏହି ସିମ୍ୟୁଲେଟର ପ୍ରଶିକ୍ଷଣ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଚାଳକଙ୍କ ସୁବିଧା ପାଇଁ ସ୍ଥାନୀୟ ଭାଷାରେ ପ୍ରଶିକ୍ଷଣ ଦିଆଯିବ । ୨୦୦୫ରେ କମ୍ପାନୀ ପକ୍ଷରୁ ବିଭିନ୍ନ ଅଭିଯାନର ଆରମ୍ଭ କରାଯାଇଛି । ୨୦୦୭ରେ ସୁରକ୍ଷିତ ଗାଡ଼ି ଚାଳନା ପାଇଁ ଡ୍ରାଇଭିଂ ସ୍କୁଲ ଅଭିଯାନ ଆରମ୍ଭ ହୋଇଥିବାବେଳେ ଏହି ଯୋଜନାରେ ସଫଳତାର ସହିତ କମ୍ପାନୀ ପକ୍ଷରୁ ୭.୧୦.୦୦୦ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷିତ କରାଯାଇଛି । କମ୍ପାନୀର ସୁରକ୍ଷା ଶିକ୍ଷା ଦ୍ୱାରା ୭୪୦,୦୦୦ରୁ ଅଧିକଙ୍କୁ ପ୍ରଶିକ୍ଷିତ କରାଯାଇପାରିଛି । ୧୯୯୭ରେ ବିଦାଡିରେ ଏହାର ପ୍ରଥମ ପ୍ଲାଂଟ୍ ସ୍ଥାପିତ ହୋଇଥିବାବେଳେ ଡିସେମ୍ବର ୧୯୯୯ରେ ଏଠାରୁ ଇନୋଭା ଏବଂ ଫରଚ୍ୟୁନର୍ ଉତ୍ପାଦନ ଆରମ୍ଭ ହୋଇଥିଲା । ଏହି ପ୍ଲାଂଟ୍ର ଉତ୍ପାଦନ ଦକ୍ଷତା ୧,୦୦,୦୦୦ ୟୁନିଟ୍ ରହିଛି । ସେହିପରି ବିଦାଡିରେ ଏହାର ଦ୍ୱିତୀୟ ପ୍ଳାଂଟ୍ ଡିସେମ୍ବର ୨୦୧୦ରେ ସ୍ଥାପିତ ହୋଇଥିବାବେଳେ ଏଠାରେ କୋରୋଲା ଅଲଟିସ୍, ଇଟିଅସ୍ ଲିଭା, ଇଟିଅସ୍ କ୍ରସ୍, କ୍ୟାମେରି ଏବଂ କ୍ୟାମେରି ହାଇବ୍ରିଡ୍ ଉତ୍ପାଦିତ ହେଉଛି । ଏହି ପ୍ଲାଂଟ୍ର ଉତ୍ପାଦନ ଦକ୍ଷତା ୨,୧୦,୦୦୦ ୟୁନିଟ୍ ରହିଛି । ଟୟୋଟା କିର୍ଲୋସ୍କର ମୋଟରରେ ଟୟୋଟା ମୋଟରର ୮୯% ଅଂଶଧନ ଥିବାବେଳେ କିର୍ଲୋସ୍କର ଗ୍ରୁପ୍ର ୧୧% ଅଂଶଧନ ରହିଛି । ସମ୍ପ୍ରତି କମ୍ପାନୀରେ ୬୫୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି ଏବଂ କମ୍ପାନୀ ପ୍ରାୟ ୪୩୨ ଏକର ପରିମିତ ଅଂଚଳରେ ଉତ୍ପାଦନ ଜାରି ରଖିଛି । କମ୍ପାନୀର ଉତ୍ପାଦନ ଦକ୍ଷତା ୩,୧୦,୦୦୦ୟୁନିଟ୍ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ