ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୈଠକ ଅନୁଷ୍ଠିତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ ) :ନାଉଗାଁବ୍ଳକ ଅନ୍ତର୍ଗତ ଚାନ୍ଦଖାଁପାଟଣା ଜଗନ୍ନାଥ ମନ୍ଦିର ପରିସରରେ ଗୁରୁବାର ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କୃଷକ ନେତା ନୃସିଂହ ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସଙ୍ଗଠନର ଉପଦେଷ୍ଟା ନିତ୍ୟାନନ୍ଦ ପଣ୍ଡା,ରାଜ୍ୟ ସହ ସଂଯୋଜକ ରଶ୍ମି ରଂଜନ ସ୍ୱାଇଁ,ସଦସ୍ୟ ଦେବୀ ପ୍ରସାଦ ମହାରଣା, ଜିଲା ସଂଯୋଜକ ଦୁର୍ଗା ଚରଣ ସ୍ୱାଇଁ,ବାବାଜୀ ଚରଣ ଜେନା,ସହ ସଂଯୋଜକ ଅଶୋକ ସ୍ୱାଇଁ,ଅଭୟ ଚରଣ ସ୍ୱାଇଁ,କୈଳାସ ଚରଣ ପରିଡାଆଦି ଯୋଗ ଦେଇ ଧାନ ମଣ୍ଡିରେ ଚାଷିଙ୍କୁ ବହୁତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି । ଚାଷୀଙ୍କୁ ଅଖା ପଇସା ଫେରସ୍ତ କରାଯାଉ ନଥିବା ବେଳେ ଧାନ କ୍ୱଇଟାଲ ପିଛା ୨ରୁ ୫ କିଗ୍ରା କଟାଯାଉଛି । ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ପ୍ରଦାନ କରାଯାଉ ନାହିଁ । ଚାଷୀ ଉତ୍ପାଦିତ ଦ୍ରବ୍ୟ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ନଥିବା ବେଳେ ଚାଷ ଭିତିକ ଶିଳ୍ପ ନାହିଁ । ଯାହାଫଳରେ ଚାଷୀ ଶୋଷିତ ହେଉଥିବା ଜଣାଯାଇଛି । ଚାଷୀକୁ ଭତା ଓ ସୁରକ୍ଷା ଦେବା ପାଇଁ ସଙ୍ଗଠନ ପକ୍ଷରୁ କୋଣ ଅନୁକୋଣରୁ ଏକ ଦସ୍ତଖତ ଅଭିଯାନ କରାଯିବା ସହିତ ଏହାକୁ ମହାମହିମ ରାଷ୍ଟ୍ରପତି,ମୁଖ୍ୟ ନିର୍ବାଚନ କମିଶନ,ରାଜ୍ୟପାଳ,ରାଜ୍ୟ ନିର୍ବାଚନ କମିଶନରଙ୍କ ପାଖକୁ ପଠାଯିବ ।ଯଦି ସେମାନେ ଏହାକୁ ଆଗ୍ରହ୍ୟ କରିବେ ତେବେ ଚାଷୀଙ୍କ ତରଫରୁ ଆଗାମୀ ନିର୍ବାଚନରେ ଅସହଯୋଗ କରାଯିବ ବୋଲି ଚେତାବନୀ ଦିଆଯାଇଛି ।


