ମିଥ୍ୟା ୱେବ୍ସାଇଟ୍ ପ୍ରସ୍ତୁତ କରି ଅର୍ଥ ଦାବି କରୁଥିବା ‘ଅନ୍ଲାଇନ ଠକ ପ୍ରସ୍ତାବ’ ଏବଂ ‘ମିଥ୍ୟା ମେଲ୍’ ବିରୁଦ୍ଧରେ ସର୍ବସାଧାରଣ ସୂଚନା
ଭୁବନେଶ୍ୱର, : କିଛି ଅଜଣା ବ୍ୟକ୍ତି/ ନକଲି ସଂସ୍ଥା କେତେଗୁଡ଼ିଏ ମିଥ୍ୟା ୱେବ୍ସାଇଟ୍ ପ୍ରସ୍ତୁତ କରି ଏଲ୍ ପିଜି ବିତରକ ଏବଂ ରିଟେଲ ଆଉଟ୍ଲେଟ୍ ଡିଲରସିପ୍ ଦେବା ବାହାନାରେ ଅର୍ଥ ଆଦାୟ କରୁଥିବା ତୈଳ ବିପଣନ କମ୍ପାନୀ (ଓଏମ୍ସି)ଯେପରିକି – ଇଣ୍ଡିଆନ୍ ଅଏଲ୍ କର୍ପୋରେସନ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିଃ, ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିଃ ନଜରକୁ ଆସିଛି । ସରଳ ଆବେଦନକାରୀଙ୍କୁ ଫସାଇବା ପାଇଁ, ପ୍ରକୃତ ୱେବ୍ସାଇଟ୍ର ଏକ ନକଲ ସ୍ୱରୂପ ମିଥ୍ୟା ୱେବ୍ସାଇଟ୍ର ରୂପ ପ୍ରସ୍ତୁତ କରାଯାଉଛି ଯେପରିକି www.lpgvitarakchayan.in and www.petrolpumpdealerchayan.in
ଏହି ମିଥ୍ୟା ୱେବ୍ସାଇଟଗୁଡ଼ିକ ପକ୍ଷରୁ ସରଳ ବିଶ୍ୱାସୀ ଲୋକମାନଙ୍କୁ ବିଶ୍ୱାସଭାଜନ କରାଇ ମିଥ୍ୟା ମେଲ୍ ପଠାଯାଉଛି (ଏଲ୍ପିଜି ବିତରକ/ରିଟେଲ ଆଉଟ୍ଲେଟ୍ ଡିଲରସିପ ପାଇଁ ଓଏମ୍ସିର ଲୋଗୋ ବ୍ୟବହାର କରି ଚିଠି ଆହ୍ୱାନ କରାଯାଉଛି ) ଏବଂ ତୈଳ ବିପଣନ କମ୍ପାନୀମାନଙ୍କ ନାମ ବ୍ୟବହାର କରି ଅର୍ଥ ଆଦାୟ କରୁଛନ୍ତି ବୋଲି ତୈଳ ବିପଣନ କମ୍ପାନୀ-ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିଃ, ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିଃ/ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିଃ ପକ୍ଷରୁ ଅଭିଯୋଗ କରାଯାଇଛି । ଏଣୁ, ଜନସାଧାରଣଙ୍କୁ ସୂଚାଇ ଦିଆଯାଉଛି ଯେ, ସଠିକ ଓ ଅଧିକୃତ ସୂଚନା ନିମନ୍ତେ ଏବଂ ଏହି ଠକେଇରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କେବଳ ଅଧିକୃତ ୱେବ୍ସାଇଟ୍ www.lpgvitarakchayan.in (ଏଲ୍ ପିଜି ବିତରକଙ୍କ ନିମନ୍ତେ) ଏବଂ www.petrolpumpdealerchayan.in (ରିଟେଲ୍ ଆଉଟ୍ଲେଟ୍ ଡିଲରସିପ୍ ନିମନ୍ତେ) ରେ ଲଗ୍ଇନ୍ କରି ସୂଚନା ପାଇ ପାରିବେ ।
ଏଲ୍ ପିଜି ବିତରକ ଏବଂ ରିଟେଲ ଆଉଟ୍ଲେଟ୍ ଡିଲରସିପ୍ ବିଷୟରେ ଯଦି କୌଣସି ପ୍ରକାର ପ୍ରସ୍ତାବ ମିଳେ, ତେବେ ଉକ୍ତ ବ୍ୟକ୍ତି କୌଣସି ପ୍ରକାର ପଦକ୍ଷେପ ନେବା ପୂର୍ବରୂ ଯେପରିକି- ନିଜର ବ୍ୟକ୍ତିଗତ ସୂଚନା ଏବଂ ଅର୍ଥ କାହାକୁ ଦେବା ପୂର୍ବରୁ ତୁରନ୍ତ ନିକଟବର୍ତ୍ତୀ ତୈଳ କମ୍ପାନୀର ଶାଖା କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏହାପରେ, ଯଦି ଏପରି କୌଣସି ପ୍ରକାର ସମସ୍ୟା ଲୋକଙ୍କ ନଜରକୁ ଆସୁଛି ତେବେ ପୋଲିସର ସାଇବର କ୍ରାଇମ ଶାଖାରେ ଅଭିଯୋଗ କରିବାକୁ ଅନୁରୋଧ କରାଯାଇଛି । ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀମାନଙ୍କ ଦ୍ୱାରା ଏଲ୍ ପିଜି ବିତରକ ଏବଂ ରିଟେଲ ଆଉଟଲେଟ୍ ଡିଲରମାନଙ୍କ ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ସମଗ୍ର ଦେଶରେ ଏକ ପ୍ରମୁଖ ଖବରକାଗଜରେ ବିଜ୍ଞାପନ, ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀମାନଙ୍କ ୱେବ୍ସାଇଟ୍ ମାଧ୍ୟମରେ ଏବଂ ସମସ୍ତ ଯୋଗ୍ୟ ଆବେଦନକାରୀଙ୍କ ମଧ୍ୟରୁ ଡ୍ର’ ଅଫ୍ ଲଟ୍ସ ମାଧ୍ୟମରେ ଚୟନ ପ୍ରକ୍ରିୟା ଆୟୋଜନ କରାଯାଇଥାଏ । ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀଗୁଡ଼ିକର ଅଧିକୃତ ୱେବ୍ସାଇଟ୍ ଗୁଡ଼ିକ ନିମ୍ନରେ ଦିଆଗଲା । ତୈଳ ବିପଣନ କମ୍ପାନୀ କର୍ପୋରେଟ୍ ୱେବ୍ସାଇଟ୍
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିଃ www.iocl.com, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିଃ www.bharatpetroleum.com, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିଃ, www.bharatpetroleum.com, ସମଗ୍ର ଦେଶରେ କୌଣସି ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀ ପକ୍ଷରୁ କୌଣସି ସଂସ୍ଥା, ବ୍ୟକ୍ତି ବିଶେଷଙ୍କୁ ଏଲ୍ପିଜି ବିତରକ ଏବଂ ରିଟେଲ ଆଉଟ୍ଲେଟ୍ ଚୟନ/ ନିଯୁକ୍ତି କରିନାହିଁ କିମ୍ବା ସେମାନେ କୌଣସି ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କୁ ଚୟନ ପ୍ରକ୍ରିୟାର ଯେକୌଣସି ପ୍ରକାର ଅର୍ଥ ନେବା ପାଇଁ ଅଧିକୃତ କରିନାହାନ୍ତି । କୌଣସି ବ୍ୟକ୍ତିଗତ ଗୋଷ୍ଠୀ/ସଂସ୍ଥା/କମ୍ପାନୀକୁ ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀଗୁଡ଼ିକର ପ୍ରତିନିଧିତ୍ୱ ସ୍ୱରୂପ ଯଦି କୌଣସି ପ୍ରକାର ଅର୍ଥ ପ୍ରଦାନ କରାଯାଇଥାଏ, ତେବେ ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀଗୁଡ଼ିକ ଏଥିପ୍ରତି ଉତ୍ତରଦାୟୀ ରହିବେ ନାହିଁ । ଓଏମ୍ସିଗୁଡ଼ିକ ପୁର୍ନବାର ଜନସାଧାରଣଙ୍କ ସଚେତନତା ନିମନ୍ତେ ଜଣାଇଦେଉଛନ୍ତି ଯେ, ଏହି ପ୍ରକାର ୱେବ୍ସାଇଟ୍ରେ ଅନ୍ଲାଇନ ପ୍ରତିକ୍ରିୟା ଦେବା ଦ୍ୱାରା ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିଗତ ସୂଚନାର ଆଦାନ ପ୍ରଦାନ ଦେବା ଫଳରେ ଏହାର ଦୁରୂପଯୋଗ ଆର୍ôଥକ ଏବଂ ଅନ୍ୟ କୌଣସି ପ୍ରକାର କ୍ଷତିର କାରଣ ହେବାର ସମ୍ଭାବନା ରହିଛି ।


