ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ତରଫରୁ ପ୍ଲାଷ୍ଟିକ ବର୍ଜନ ଅଭିଯାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପ୍ଲାଷ୍ଟିକର ବ୍ୟବହାର ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜୀବନ ଶୈଳୀରେ ପ୍ଲାଷ୍ଟିକ୍ ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି । ସମ୍ପ୍ରତି ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । କାରଣ ଏହାର ବର୍ଜ୍ୟବସ୍ତୁ ମାଟିରେ କ୍ଷୟ ହୋଇନଥାଏ । ଯାହାଦ୍ୱାରା ଦିନକୁ ଦିନ ପରିବେଶ ଉପରେ ଗୁରୁତର ବିପଦ ଘନେଇବାରେ ଲାଗିଛି । ଉଭୟ ଜଳ ଓ ସ୍ଥଳଚର ଜୀବ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଅକାଳରେ ସେମାନଙ୍କର ମୃତ୍ୟୁ ଘଟୁଛି । ଯାହା ଜୀବଜଗତ ପାଇଁ ଏକ ଭୟଙ୍କର ବିପଦ ରୂପେ ଉଭା ହୋଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ତରଫରୁ ଆରମ୍ଭ ହୋଇଛି ପ୍ଲାଷ୍ଟିକ ବର୍ଜନ ଅଭିଯାନ । ଫାଉଣ୍ଡେସନ ଗୌରୀଚରଣ ବିଦ୍ୟାପୀଠର ଛାତ୍ରଛାତ୍ରୀଙ୍କୁ ନେଇ ଛତାବରଠାରେ ଏହି ପ୍ଲାଷ୍ଟିକ ବର୍ଜନ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡ. ବିପିନ ବିହାରୀ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ଲାଷ୍ଟିକ ବର୍ଜନ ପାଇଁ ଉଦ୍‌ବୋଧନ ଦେଇଥିଲେ । ସାଧାରଣ ସମ୍ପାଦିକା ଡ. ସୁକାନ୍ତୀ ମିଶ୍ର ଯୋଗଦେଇ ପ୍ଲାଷ୍ଟିକ ବର୍ଜନ କଲେ ସମାଜରେ ପରିବେଶ ସୁରକ୍ଷିତ ରହିପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଏଥିରେ ଶ୍ରୀ ଗୋଲକ ସିଂ ଏବଂ ସୁବାସ ରଥ ଯୋଗଦାନ କରି ପରିବେଶ ସୁରକ୍ଷିତ ରହିଲେ ସମାଜ ମଧ୍ୟ ସୁରକ୍ଷିତ ରହିବପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀ ରେ ଜଳ ସଂରକ୍ଷଣ ଏବଂ ବୃକ୍ଷରୋପଣ କରାଯାଇଥିଲା । ସମାଜରେ ପରିବେଶକୁ ସୁରକ୍ଷା ଦେବାରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଏହା ଏକ ଅଭିନବ ପ୍ରୟାସ ବୋଲି ସାଧାରଣ ସମ୍ପାଦିକା ଡ. ସୁକାନ୍ତୀ ମିଶ୍ର କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ