ରାସ୍ତା କାମ କଲେ ପୂର୍ବତନ ସରପଞ୍ଚ : ଟଙ୍କା ଆତ୍ମସାତ କଲେ କନିଷ୍ଠ ଯନ୍ତ୍ରୀ ଥାନାରେ ଅଭିଯୋଗ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏସ ଗୋପାଳପୁର ପଞ୍ଚାୟତ ରେ କାର୍ଯ୍ୟକାରି ହେଉଥିବା ସରକାରୀ ଯୋଜନା ବାଟବଣା ହୋଇଛି । ରତନେଇ କୁ ଯିବା ପାଇଁ ରାସ୍ତା କାମ ପାଇଁ ଆସୁଥିବା ଅର୍ଥ ଆତ୍ମସାତ ହୋଇଥିବା ନିର୍ମାଣ କାମ ଅର୍ଥ ହରିଲୁଟ୍ ମାମଲାରେ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ପୂର୍ବତନ ସରପଞ୍ଚ ନିରାକାର ପ୍ରଧାନ ପାଟପୁର ଥାନା ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଖବର ପ୍ରକାରେ ୨୦୨୦ – ୨୧ ଓ ୨୦୨୧ -୨୨ ବର୍ଷ ରାଜ୍ୟ ସରକାରଙ୍କ ଅନୁଦାନରୁ ବ୍ଳକ ଅଧିନସ୍ଥ ପଞ୍ଚାୟତର ଉନ୍ନତିକରଣ ସକାଶେ ଅର୍ଥରାଶି ଆସିଥିଲା । ଏହି ଅବସରରେ ଏହି ପଞ୍ଚାୟତର ମାଁ ରତ୍ନେଇ ରାସ୍ତା ନିର୍ମାଣ ନିମନ୍ତେ ଅର୍ଥ ରାଶି ଅନୁମୋଦନ ପରେ ସାନଖେମୁଣ୍ଡି ପଞ୍ଚାୟତ ସମିତିର ୨୬ ଗୋଟି ସରପଞ୍ଚ ଓ ସମିତି ସଭ୍ୟଙ୍କ ସମ୍ମତି ପ୍ରକାରେ ସରପଞ୍ଚ ନିରାକାର ପ୍ରଧାନ ଙ୍କୁକାର୍ଯ୍ୟ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ । ଯାହାଫଳରେ ସେ ଉକ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ । କିନ୍ତୁ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଦାୟିତ୍ୱରେ ଥିବା ଉମାକାନ୍ତ ପ୍ରଧାନ ବିଲ୍ ଉଠାଇ ଅର୍ଥ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏନେଇ ପୂର୍ବତନ ସରପଞ୍ଚ ଜଣକ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ବାବଦରେ ସାଢେ ୩ ଲକ୍ଷ ଟଙ୍କା ପାଇଥିବା ବେଳେ ବଳକା ଟଙ୍କା ପାଇବାକୁ ବାରମ୍ବାର ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟଙ୍କା ବକେୟା ଟଙ୍କା ଫେରାଇବାକୁ ଅସମର୍ଥ ରହିଛନ୍ତି । ଏଥିସହ ପୂର୍ବତନ ଜିଲ୍ଲାପାଳ ଓ ପିଡି ବାରମ୍ବାର ସାନଖେମୁଣ୍ଡି ଗସ୍ତରେ ଆସି ଏହି କାର୍ଯ୍ୟକୁ ସାରିବା ପାଇଁ ନିର୍ଦ୍ଦେଶ ଦେବା ସହ କାମ ସମ୍ପୂର୍ଣ୍ଣ ପରେ ଅର୍ଥରାଶି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଦୀର୍ଘଦିନର ଅପେକ୍ଷା ପରେ ଶେଷରେ ନିଜ ବଳକା ଟଙ୍କା ଫେରିବା ଆଶାରେ ଆଜି ପାଟପୁର ଥାନାରେ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଟଙ୍କା ନମିଳିଲେ ଆତ୍ମହତ୍ୟା କରିବା ପାଇଁ କହିଥିଲେ । ଏ ନେଇ ସନ୍ଧ୍ୟାରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଉପସ୍ଥିତି ରେ ଉଭୟଙ୍କୁ ଡାକି ଥାନାରେ ବୁଝାସୁଝା କରିବା ପରେ ଯନ୍ତ୍ରୀ ଜଣକ ୫ ଲକ୍ଷ ୫୦ ଟଙ୍କା ଦେବାପାଇଁ ରାଜି ହୋଇଥିବା ଜଣାପଡିଛି । ଏ ନେଇ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ପ୍ରଧାନ ଙ୍କୁ ପଚାରିବାରୁ ସେ କୌଣସି ମନ୍ତବ୍ୟ ଦେବାକୁ ମନାକରିଛନ୍ତି ।


