ଶ୍ରୀ କୃଷ୍ଣଚନ୍ଦ୍ରଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ କେରିଅରକାଉନସେଲିଙ୍ଗ ମୋଟିଭେସନ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ପାରାଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର କେରିଅର କାଉନସେଲିଙ୍ଗ କକ୍ଷଠାରେ ସୋମବାର ଗୋପାଳପୁର-ଗୋଳାବନ୍ଧ ସ୍ଥିତ ଆର୍ମି ରିକୃଟମେଣ୍ଟ କାର୍ଯ୍ୟାଳୟ ଓ ଗଜପତି ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟର ମିଳିତ ସହଯୋଗରେ ଭାରତ ସରକାରଙ୍କ “ଅଗ୍ନିପଥ ଯୋଜନା” ସ୍ରମ୍ପର୍କିତ ଏକ କେରିଅର କାଉନସେଲିଙ୍ଗ ମୋଟିଭେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ ଭଜମନ ବେହେରାଙ୍କ ଅଧ୍ୟକ୍ଷତାରେ ଏବଂ କେରିଅର କାଉନସେଲିଙ୍ଗ ସଂଯୋଜକ ଅଧ୍ୟାପକ ଡଃ ବିଘ୍ନେଶ୍ଵର ମିଶ୍ରଙ୍କ କାର୍ଯ୍ୟକ୍ରମ ସଂଯୋଜନାରେ ମହାବିଦ୍ୟାଳୟର ଏନସିସି କେଡେଟ ଓ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅଗ୍ନିପଥ ଯୋଜନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଗୋପାଳପୁର-ଗୋଳାବନ୍ଧ ସ୍ଥିତ ଆର୍ମି ରିକୃଟମେଣ୍ଟ କାର୍ଯ୍ୟାଳୟର ଏଏମସି ବିଭାଗ ମେଜର ପୁଷ୍ପେନ୍ଦ୍ର ୟାଦବ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ଅଗ୍ନିପଥ ଯୋଜନା କଣ , ଏହାଦ୍ୱାରା ୧୭ ରୁ ୨୩ ବର୍ଷ ବୟସର ଛାତ୍ରଛତ୍ରୀ କିଭଳି ଉପକୃତ ହେବେ , ଏଥିରେ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଥିବା ନିଯୁକ୍ତି ପ୍ରକ୍ରିୟା , ଦରମା ପେକେଜ ଓ ଭବିଷ୍ୟତ , କେରିଅର ବଢ଼ାଇବା ପାଇଁ ରହିଥିବା ବ୍ୟବସ୍ଥା , ଟ୍ରେନିଂ ପ୍ରକ୍ରିୟା ପ୍ରଭୃତିର ବିଭିନ୍ନ ଦିଗ ଉପରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ ଅନ୍ୟ ପକ୍ଷରେ ଅଗ୍ନିପଥ ଯୋଜନା ଭାରତ ସରକାରଙ୍କ ଏକ ଭଲ ଯୋଜନା , ଏ ଯୋଜନା ସମ୍ପର୍କରେ ପିଲାମାନେ କୋଣସି ଭ୍ରାନ୍ତ ଧାରଣାରେ ନ ପଡି ଅଧିକରୁ ଅଧିକ ଏଥିରେ ସାମିଲ ହୋଇ ନିଜ କେରିଅର ଗଢିବାର ସୁଯୋଗକୁ ହାତଛଡା ନ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଯୋଗଦେଇ ଏହି ଯୋଜନାରେ ନିଯୁକ୍ତି ପାଇଁ ରହିଥିବା ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ଉପରେ କହି ପିଲାମାନେ ନିଜ କେରିଅର ଗଢିବା ପାଇଁ ଭାରତ ସରକାରଙ୍କ ଏହା ଏକ ଭଲ ଯୋଜନା ବୋଲି କହିଥିଲେ ।ଏନସିସି କେଡେଟ ବି: ତୁଳସି ରେଡି ଭାରତ ସରକାର ପକ୍ଷରୁ ଏଭଳି ଯୋଜନା ଅଣା ଯାଇଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏହି କାର୍ଯ୍ୟକ୍ରମରେ ଆଇକ୍ୟୁଏସି ସଂଯୋଜକ ତଥା ପ୍ରାଧ୍ୟାପକ ଡଃ ଜିତେନ୍ଦ୍ର ନାଥ ପଟନାୟକ ମଞ୍ଚାସୀନ ରହି ଅଗ୍ନିପଥ ଯୋଜନା\’ର ବିଭିନ୍ନ ଦିଗ ସମ୍ପର୍କରେ କହିଥିବା ବେଳେ ଅଧ୍ୟାପକ ଡଃ ଚନ୍ଦ୍ର ଶେଖର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଏହିକାର୍ଯ୍ୟକ୍ରମରେ ଏନସିସି ଅଫିସର ତଥା ଅଧ୍ୟାପକ ଡଃ ସୁମନ୍ତ କୁମାର ବେହେରା ଏବଂ ଆର୍ମି ରିକୃଟମେଣ୍ଟ କାର୍ଯ୍ୟାଳୟର ଶ୍ରୀ ସଞ୍ଜୟ ଯାଦବ ପ୍ରମୁଖଙ୍କ ସମେତ ଶତାଧିକ ସଂଖ୍ୟାରେ ଏନସିସି କେଡେଟ ଓ ଯୁକ୍ତ ତିନି ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।


