ବ୍ଳକ ସ୍ତରୀୟ ସ୍ୱତନ୍ତ୍ର ବ୍ୟାଙ୍କର ସମିତି ବୈଠକ ଓ ସମନ୍ନୟ ମେଳା ଆୟୋଜିତ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲାର  ଫୁଲବାଣୀ ପଞ୍ଚାୟତ ସମିତି,  ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ସ୍ୱତନ୍ତ୍ର ବ୍ୟାଙ୍କର ସମିତି ଓ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତନୁ କୁମାର ନାୟକ, ସମ୍ମାନିତ ଅତିଥିଭାବେ ଆର୍ଥିକ ଅନ୍ତଭୁୁକ୍ତ କରଣ ପରାମର୍ଶ ଦାତା ଅଭିରାମ ନନ୍ଦ ଓ ସମସ୍ତ ବ୍ୟାଙ୍କ ଶାଖାର ପରିଚାଳକ ଓ ପରିଚାଳିକା ଯୋଗ ଦେଇ ଥିଲେ । ଜୀବିକା ମିଶନର ଗୋଷ୍ଠୀ ପ୍ରକଳ୍ପ ପରିଚାଳିକା ସୁଶ୍ରୀ ସବିତା ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ଳକ ବୈଷୟିକ ସଂଯୋଜିକା ବାସନ୍ତି ଖୁଣ୍ଟିଆ, ମିଶନ ଶକ୍ତିର ବ୍ଳକ ପ୍ରକଳ୍ପ ସହାୟିକା ମାନିନୀ ନାୟକ, ପ୍ରକଳ୍ପ ପରିଚାଳିକା ଜାତୀୟ ସହରାଞ୍ଚଳ ଜୀବିକା ମାନର ଦେବଦତ୍ତ ଧୀର ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ପ୍ରଦାନ ନିମେନ୍ତ ସମସ୍ତ ନଥିପତ୍ର ସଂଗ୍ରହ କରିଥିଲେ । ସମନ୍ୱୟ ମେଳାର ବିିଭନ୍ନ ବ୍ୟାଙ୍କ ମାନଙ୍କ ଦ୍ୱାରା ଫୁଲବାଣୀ ବ୍ଳକ ଓ ପୌର ପରିଷଦର ମୋଟ ୬୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ୧ କୋଟି ୯୯ ଲକ୍ଷ ଟଙ୍କାର ଋଣ ପ୍ରଦାନ ପତ୍ର ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ