ଜିଲ୍ଲା ସ୍ତରୀୟ ଆତ୍ମ ନିଯୁକ୍ତି ପାଇଁ ବୈଠକ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ  ଜିଲାର ଯୁବକ ଓ ଯୁବତୀ ମାନେ ଯେଭଳି ଭାବେ ଆତ୍ମ ନିର୍ଭାର ଶୀଳ ହୋଇ ପାରିବେ ସେ ନେଇ ଆଭାସି ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ କନ୍ଧମାଳ ଜିଲାପାଳ ଆଶିଷ୍‍ ଈଶ୍ୱର ପାଟିଲ,  ଜିଲା ଶିକ୍ଷା ଅଧିକାରୀ, ଜିଲା ମଙ୍ଗଳ ଅଧିକାରୀଙ୍କ ସମେତ ଜିଲାର ସମସ୍ତ ବ୍ଲକର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସାମିଲ୍‍ ହୋଇ ଆଲୋଚନାରେ ଭାଗ ନେଇଥିଲେ। ବିଶେଷ କରି ବୈଷୟିକ ଶିକ୍ଷା ଓ ତାଲିମ୍‍ ନିମନ୍ତେ ଏନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରତି ବ୍ଲକ ସ୍ତରରେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବ୍ଲକ ସ୍ତରରେ ଏହି ଆଭାସି ଆଲୋଚନାରେ ଭାଗ ନେଇଥିଲେ।ସେହିଭଳି ଜିଲାରେ ନୂତନ ଭାବେ ଆରମ୍ଭ ହୋଇଥିବା ଦାରିଙ୍ଗବାଡ଼ି, କୋଟଗଡ଼଼ର ଆଇ.ଟି.ଆଇର ଅଧ୍ୟକ୍ଷଙ୍କ ସମେତ ଫୁଲବାଣୀ ଆଇ.ଟି.ଆଇର କର୍ମକର୍ତ୍ତାମାନେ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ । ବିଶେଷ କରି ଯେ କୌଣସି ବର୍ଗର ଦଶମ ପାସ୍‍ କରିଥିବା ଛାତ୍ରୀମାନେ ଏହି ତାଲିମ୍‍ ନେଇ ପାରିବେ। ତିନି ମାସ ତାଲିମ୍‍ ସହିତ ରହିବା ଓ ଖାଇବାର ମଧ୍ୟ ସୁବିଧା ସରକାରୀ ସ୍ତରରେ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା । ତାଲିମ୍‍ ସମ୍ପୂର୍ଣ୍ଣ ହେବା ପରେ ଛାତ୍ରୀ ମାନଙ୍କୁ ହାଇଦ୍ରାବାଦରେ ଥିବା ହାଇଟେକ୍‍ ହସପିଟାଲରେ ନିଯୁକ୍ତି ପାଇଁ ମଧ୍ୟ ସୁଯୋଗ ମିଳିବ ବୋଲି ବୋଲି ସୂଚନା ଦିଆଯାଇଥିଲା । ସେହିଭଳି ମେଟ୍ରିକ୍‍ ପାସ୍‍ ଓ ଅଷ୍ଟମ୍‍ ପାସ୍‍ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ କୁଶଳୀ ହେବା ନିମେନ୍ତ ଦାରିଙ୍ଗବାଡ଼ି, କୋଟଗଡ଼଼ ଓ ଫୁଲବାଣୀ ଆଇ.ଟି.ଆଇରେ ତାଲିମ୍‍ ନେବା ନିମନ୍ତେ ପ୍ରେରଣା ଦେବା ପାଇଁ ଯୋଗ ଦେଇଥିବା ସମସ୍ତ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ସରକାରୀ ସ୍ତରରେ ତାଲିମ୍‍ ନେଉଥିବା ଛାତ୍ରଛାତ୍ରୀ ମାନଙ୍କୁ ଯେଉଁ ସବୁ ସୁବିଧା ସରକାରୀ ସ୍ତରରେ ଯୋଗାଇ ଦିଆଯାଉଛି ସେ ନେଇ ଦାରିଙ୍ଗବାଡ଼ି ଆଇ.ଟି.ଆଇ ଅଧ୍ୟକ୍ଷ ଇଂ.ପ୍ରଦୀପ କୁମାର ସାହୁ ପ୍ରକାଶ କରିବ ସହିତ ଫୁଲବାଣୀ ସରକାରୀ ଶିଳ୍ପ ତାଲିମ୍‍ ଅନୁଷ୍ଠାନରେ ଥିବା ପ୍ରତ୍ୟେକ ବିଭାଗ ଓ ଏହାର ଶିକ୍ଷାଗତ ଯୋଗ୍ୟତା ଏବଂ ସରକାରୀ ସ୍ତରରେ ମିଳୁଥିବା ସୁବିଧା ସୁଯୋଗ ଉପରେ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଓ ଦେବାଶିଷ୍‍ ବ୍ରହ୍ମା ସୂଚନା ଦେଇଥିଲେ । ସେହିଭଳି ଫୁଲବାଣୀ ପଲିଟେକନିକରେ ଥିବା ବିଭିନ୍ନ ବିଭାଗ ଓ ଏହାର ସୁବିଧା ସୁଯୋଗ ଉପରେ ଅଧ୍ୟକ୍ଷ ଇଂ.ଶ୍ରୀକାନ୍ତ ସାହୁ ସୂଚନା ପ୍ରଦାନ କରିଥିଲେ । ନୂତନ ଭାବେ ଆରମ୍ଭ ହୋଇଥିବା ଏହି ତିନମାସିଆ ତାଲିମ୍‍ ପାଇଁ ଫୁଲବାଣୀ ଆଇ.ଟି.ଆଇ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ ବୋଲି ମଧ୍ୟ ବୈଠକରେ ସୂଚନା ଦିଆଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ