ଓଡ଼ିଶା ପାଇଁ ଗୌରବ ଆଣିଲେ ଗଞ୍ଜାମ ମାଟିର ପୁଅ କାହ୍ନୁ 

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତର ଲୁଣିପଡ଼ା ଗ୍ରାମର କାହ୍ନୁ ଚରଣ ବିଷୋୟୀ I ଜାତୀୟ ଯୁବ କ୍ରୀଡ଼ା ଏବଂ ଶିକ୍ଷା ସଂଗଠନ ଆନୁକୂଲ୍ୟରେ ଗୋଆଠାରେ ଆୟୋଜିତ ହୋଇଥିବା ଅଷ୍ଟମ ଜାତୀୟ ଯୁବ କ୍ରୀଡ଼ା ଚାମ୍ପିୟନସିପ୍-2022 ରେ ଉଚ୍ଚ ଡ଼ିଆଁ ପ୍ରତିଯୋଗିତାରେ 19 ବର୍ଷରୁ କମ୍ ବର୍ଗରେ ସର୍ବଭାରତୀୟ ସ୍ତରରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି କାହ୍ନୁ I ଏହା ସହ ସେ ଆନ୍ତର୍ଜାତୀୟ ଚାମ୍ପିୟନସିପ୍-2022 ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିପାରିଛନ୍ତି I ପୂର୍ବରୁ କାହ୍ନୁ ବ୍ରହ୍ମପୁରଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଜାତୀୟ ସ୍ତର ପାଇଁ ଯୋଗ୍ୟତା ହାସଲ କରିଥିଲେ I କାହ୍ନୁ ଗୋଆ ମଦଗାଓଁ ଚଉଗୁଲେ ସ୍ପୋର୍ଟ୍ସ କଲେଜ୍ ରେ ଚାଲିଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ପାଇଁ ଯୋଗ୍ୟତା ହାସଲ କରିବା ପରେ ଜାତୀୟ ଯୁବ କ୍ରୀଡ଼ା ଏବଂ ଶିକ୍ଷା ସଂଗଠନ ସଭାପତି ହେମନ୍ତ ପାଓ୍ଵାର୍, ଉପସଭାପତି ରାଜେନ୍ଦ୍ର ମାଣ୍ଡଲେ ଏବଂ ସାଧାରଣ ସମ୍ପାଦକ ଅମୋଲ ସାଥେ ଉପସ୍ଥିତ ରହି କାହ୍ନୁଙ୍କୁ ସ୍ଵର୍ଣ୍ଣ ପଦକ ଏବଂ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ I କାହ୍ନୁ ଏହି ସଫଳତା ପାଇବା ପରେ ଗଞ୍ଜାମ ଜିଲ୍ଳା କ୍ରୀଡ଼ା ଅଧିକାରୀ, ଶାସନ ପଂଚାୟତ ପ୍ରାକ୍ତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ,ସଞ୍ଜୟ ପ୍ରଧାନ, କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ, ପୁରାତନ ଛାତ୍ର ସଂଗଠନ ଉପସଭାପତି ଶିଶିର କୁମାର ସ୍ୱାଇଁ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଘୁମୁସର ଶାରିରୀକ ଶିକ୍ଷା ଶିକ୍ଷକ ସଂଗଠନ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି I କାହ୍ନୁଙ୍କ ବାପା ବିଶ୍ଵନାଥ ବିଷୋୟୀ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ଆର୍ଥିକ ସମସ୍ୟା ଯୋଗୁଁ ଯୁକ୍ତ ଦୁଇ ଶ୍ରେଣୀରୁ ହିଁ କାହ୍ନୁଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇଛି I ଅଭାବ ଅନଟନ ମଧ୍ୟରେ ନିଜସ୍ବ ପ୍ରଚେଷ୍ଟାରେ କାହ୍ନୁ ଆନ୍ତର୍ଜାତୀୟ ସ୍ତର ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ତାଙ୍କ କ୍ରୀଡ଼ାରେ ଅଧିକ ଉନ୍ନତି ପାଇଁ ସରକାରୀ ସ୍ତରରେ ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I ଗୋବର ରେ ଆସନ୍ତା 26 ତାରିଖରେ ହେବାକୁ ଥିବା ରକ୍ତଦାନ ଶିବିରରେ କାଁହୁ କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ