ମହିଳା ସଚେତନତା କର୍ମଶାଳା
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଂଚାୟତର ପାଲକଷଣ୍ଢା ଗ୍ରାମ ଜକଲା ସାହିର ନୀଳକଣ୍ଠେଶ୍ଵର ପୀଠ ପ୍ରାଙ୍ଗଣରେ ଏକ ଦୁଇ ଦିନିଆ ମହିଳା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇ ଶିକ୍ଷା ଏବଂ ସ୍ଵାସ୍ଥ୍ୟ ଜୀବନର ଦୁଇ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ବୋଲି ମହିଳା ମାନଙ୍କୁ ବୁଝାଇଥିଲେ I ସମ୍ମାନୀତ ଅତିଥି ଭାବେ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ୍ ନିର୍ଦ୍ଦେଶକ ସରୋଜ କୁମାର ବେହେରା, କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ୍ ସ୍ନେହ ରଞ୍ଜନ ଗୋଛାୟତ, ସମାଜସେବୀ ଅରୁପ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ନାରୀ ମାନଙ୍କୁ ପାରିବାରିକ ବୁଝାମଣା ଏବଂ ସ୍ଵଚ୍ଛତା ଉପରେ ବୁଝାଇଥିଲେ I କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବାବେଳେ ସରପଞ୍ଚ କମଳ କୁମାରୀ ପ୍ରଧାନ ନାରୀ ସଚେତନତା ଉପରେ ମତ ବ୍ୟକ୍ତ କରିଥିଲେ I କାର୍ଯ୍ୟକ୍ରମରେ ସାରଥୀ ଅନୁଷ୍ଠାନ ସଦସ୍ୟ ରାଜେନ୍ଦ୍ର କୁମାର ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ସୁରେଶ ଚନ୍ଦ୍ର ବେହେରା ଏବଂ ୱାର୍ଡ୍ ସଭ୍ୟ ଖଦାଳ ଭୂୟାଁ ସହଯୋଗ କରିଥିଲେ I


