ଭିନ୍ନକ୍ଷମମାନଙ୍କୁ କୋଭିଡ ବୁଷ୍ଟର ଡୋଜ ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)  :-ଗଜପତି ଜିଲ୍ଲାରେ ଥିବା ଭିନ୍ନକ୍ଷମ ଅନୁଷ୍ଠାନ ସାମର୍ଥ୍ୟ ସଂଘର ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ଆଜି ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହେଚଏଲଏଫପିପିଟି ଏମ୍.ରାଇଟର ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ବୁଷ୍ଟର ଡୋଜ ଚୀକା କରଣ ଓ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ସାମର୍ଥ୍ୟ ଭିନ୍ନକ୍ଷମ ଅନୁଷ୍ଠାନର ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ମହାରାଣ, ଓଡିଶା ବିକଳାଙ୍ଗ ମଞ୍ଚରରାଜ୍ୟ ସଭାପତି ନିରଞ୍ଜନ ବେହେରା ଜିଲ୍ଲା ଜନ ଶିକ୍ଷା ସସ୍ଥାନର ଅଧ୍ୟକ୍ଷ ଏ.ଜଗନ୍ନାଥରାଜୁ ଗୁରାଣ୍ଡି, ଗୋଷ୍ଠି ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମତା ପାଢୀ, ହେଚଏଲ ଏଫପିପିଟି ଏମ୍.ରାଇଟର ବ୍ରକ ଅଧିକାରୀ ବିଜୟ ଶଙ୍କର ପାଢୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଡିଜେନ ରାଉଳ, ଆରଓ ପି. ସୁନିଲ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ | ଏଥିରେ ମୁଖ୍ୟ ଉଦ୍ଦେଶଯ ଥିଲା ଯେ ସମାଜର ସବୁ ବର୍ଗଠାରୁଭିନ୍ନକ୍ଷମ ମାନେସବୁଠାରୁଅବହେଳା ଭାବେ ରହୁଛନ୍ତି | ତେଣୁ କିପରି ଅବହେଳିତ ଭାବେ ନରହି ଏମାନଙ୍କୁ ମଧ୍ୟ ସାଧାରଣ ଜନତାଭଳି ସମସ୍ତ ସୁବିଧା ମିଳିବ ସେଥିପାଇଁ  ଏମାନଙ୍କ ପାଇଁ ଭିନ୍ନକ୍ଷମ ଅନୁଷ୍ଠାନ ସ୍ୱତନ୍ତ୍ର କୋଭିଡ ବୁଷ୍ଟର ଡୋଜ ପ୍ରଦାନ କରାଯାଇଥିଲା | ଏଥିରେ ପାରଳାଖେମୁଣ୍ଡି, ଗୋଷାଣୀ, ରାୟଗଡ, କାଶୀନଗର, ଆର୍.ଉଦୟଗିରି, ନୂଆଗଡ, ଗୁମ୍ମା ବ୍ଲକରୁ ପ୍ରାୟ ୫୦ଜଣ ଭିନ୍ନକ୍ଷମମାନେ ଯୋଗଦେଇବୁଷ୍ଟର ଡୋଜ ନେଇ ଥିଲେ | ଏହି ବୁଷ୍ଟର ଡୋଜ ଟିକାକରଣ କାର୍ଯ୍ୟକ୍ରମରେ ଏଏନ୍ଏମ୍ ପି.ଉଷା ପ୍ରମୁଖ ଟିକା ଦେଇଥିବାବେଳେ ନାମ ପଞ୍ଜିକରଣରେ ସହଯୋଗକରିଥିଲେ ଡି.ଇ.ଓ. ଉଦୟ ଶଙ୍କର ସାମଲ | ଏହି କାର୍ଯ୍ୟକ୍ରମରଆୟୋଜନ କରିଥିଲେ ଗଜପତି ଜିଲ୍ଲା ସାମର୍ଥ୍ୟ ଭିନ୍ନକ୍ଷମ ସଂଘର ସଦସ୍ୟ ସଦସ୍ୟାମାନେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ