ଆସିଲା ପାଣି ନମୁନା ରିପୋର୍ଟ, ଗାଁରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦେଶକ
ମୋହନା, (ଅଂଶୁମାନ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକ।ଗୋବିନ୍ଦପୁର ଗାଁରେ ଝାଡା ବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୨୩ ରେ ପହଂଚିଛି । ଝାଡା ବାନ୍ତିରେ ଆକ୍ରାନ୍ତ ମୋହନା ରେ ଶନିବାର ଦିନ ୪ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଡ଼ାକ୍ତରୀ ଟିମ ଗାଁରେ ପହଂଚି ଲୋକଙ୍କୁ ସଚେତନ କରିଛନ୍ତି । ଆଜି ଉପ ଜିଲ୍ଲାପାଳ ଆଲୋକ ପ୍ରଧାନ ମେଡ଼ିକାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ମେଡିକାଲ ଅଧିକାରିଣୀ ନମିତ ପଣ୍ଡା ଙ୍କ ଶହସ୍ୱାସ୍ଥ୍ୟକେନ୍ଦ୍ରରେ ଗ୍ରାମରେ ଲାଗିରହିଥିବା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଭେଟି ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କୋଠରୀ ବୁଲି ଦେଖିଥିଲେ । ସ୍ଵାସ୍ଥ୍ୟକେନ୍ଦ୍ରରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଡ.ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ଡ. ପଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ରହିବା ପାଇଁ କୋଠରୀର ଅଭାବ, ପାନୀୟ ଜଳର ଅଭାବ, ପାଇଖାନା ଗୃହର ଅଭାବ, ବିପଦସଙ୍କୁଳ କୋଠା, ଲେବର ରୁମର ଅଭାବ, ପ୍ରସୂତିଙ୍କ ପାଇଁ ବିଶ୍ରାମ ଗୃହ , ସ୍ୱାସ୍ଥ୍ୟ କର୍ମଚାରୀମାନେ ରହୁଥିବା ବିପଦସଙ୍କୁଳ ଆବାସ,୧୫ ବର୍ଷରୁ ଦୀର୍ଘ ଦିନ ଧରି ବଦଳି ନ ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଡ୍ଡା ଜମାଇ ରହିଥିବା ଷ୍ଟାପନର୍ସ ଓ ଅନ୍ୟ କିଛି କର୍ମଚାରୀଙ୍କୁ ବଦଳି କରାଯିବା ଆଦି ସମସ୍ୟା ବିଷୟରେ ଉପଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।ଉପଜିଲ୍ଲାପାଳ ଡାକ୍ତରମାନଙ୍କ ଉପସ୍ଥାନ ଖାତା ତନଖି ଥିଲେ । ଏହାପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ସମସ୍ୟା ସଂପର୍କରେ ଟିକିନିଖି ତଥ୍ୟ ଜିଲ୍ଲାପାଳଙ୍କୁ ଦେଇ ସମସ୍ୟାର ସମାଧାନ ତୁରନ୍ତ କରାଯିବ ବୋଲି କହିଥିଲେ । ଫେରିଥିବା ବେଳେ ଜିଲ୍ଳାପାଳଙ୍କୁ ସେ ନେଇ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି । ସେପଟେ ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦେଶକ ମୁରଲୀ ଧର ପାଢ଼ୀ ଗୋବିନ୍ଦପୁର ଗାଁର ଗସ୍ତ କରି ଆକ୍ରାନ୍ତ ପରିବାରକୁ ଯାଇ ସତେଚନ କରିଥିବା ବେଳେ ଗାଁରେ ଥିବା ଯେଉଁ କୂଅରୁ ବାସୁଧା ଯୋଜନାରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି ତାହା ବୁଲି ଦେଖିଛନ୍ତି । ଖୁବ ଶୀଘ୍ର ରାଜ୍ୟ ସରକାରଙ୍କୁ ଜଣାଇବା ସହ ପ୍ରତିକାର ବ୍ୟବସ୍ତା ଗ୍ରହଣ କରାଯିବ ବୋଲି କହିଛନ୍ତି । ସେପଟେ ତିନି ଦିନ ରେ ୨୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮ଟି ସ୍ଥାନ ରୁ ନିଆଯାଇଥିଲା ପାଣି ନମୂନା ସେଥିରୁ ଦୁଇଟି କୁଉଁ ଗୋଟିଏ ବସୁଧା ଯୋଜନା ରେ ଲୋକ କୁ ଯୋଗାଉଥିବା ପାଣି କୁଉଁ ଓ ଅନ୍ୟଟି ରେ ଇ କୋଲାଇ ବୋଲି ରିପଟ ଆସିଛି ତେବେ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଙ୍କ ଟିକିଏ ଭୁଲ ପାଇଁ ଗ୍ରାବାସୀମାନେ ଝାଡ଼ା ବାନ୍ତି ର ଆକ୍ରାନ୍ତ ରେ ଶିକାର ହୋଇଛନ୍ତି ବୋଲି ବୁଦ୍ଧିଜୀବୀ କହିଛନୀ ଏହି ଗସ୍ତ ସମୟରେ ଡାକ୍ତର ଅମୃତ ଜେନା, ଡାକ୍ତର ଗୋପାଳ କୃଷ୍ଣ ସାହୁ ସ୍ବାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ ଗ୍ରାମ ବାସୀ ଙ୍କ ସମେତ I


