ଦିଗପହଣ୍ଡି ରେ  ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କାର୍ଯ୍ଯାଳୟ ପରିସରରେ ଶନିବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ବିଡିଓ ହଳଧର ଶବରଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷା ସୁନିତା ସେଠୀ ଉଦଘାଟନ କରିଥିଲେ।ଏଥିରେ ବ୍ଲକର ୨୫ ଗୋଟି ପଞ୍ଚାୟତରୁ ୩୦୨ ଜଣ ଦିବ୍ଯାଙ୍ଗ ସେମାନଙ୍କ ନାମ ପଞ୍ଜିକରଣ କରି ବିଭିନ୍ନ ସରକାରୀ ସହାୟତା ପାଇଁ ଆବେଦନ କରିଥିଲେ।ସେଥିରୁ ୮୦ ଜଣଙ୍କୁ ଟ୍ରାଇ ସାଇକେଲ, ୩୧ ଜଣଙ୍କୁ ହ୍ବିଲ ଚେୟାର, ୬୨ ଜଣଙ୍କୁ ଶ୍ରବଣ ଯନ୍ତ୍ର, ୧୦ ଜଣଙ୍କୁ ସ୍ମାର୍ଟ କେନ୍, ୪ ଜଣଙ୍କୁ ଆଶାବାଡି ଆଦି ଯୋଗାଇ ଦିଆଯାଇଥିବା ବେଳେ ୧୩୦ ଜଣ  ବସ୍ ଏବଂ ରେଳ ଟିକେଟ ରିହାତି, ୧୨୫ ଜଣ  ଭତ୍ତା, ୨୨ ଜଣ  ଋଣ ସହାୟତା, ୮୮ ଜଣ  ଆବାସ ଯୋଜନା, ୯୬ ଜଣ ରାସନକାର୍ଡ ଏବଂ ୬୫ ଜଣ ଦିବ୍ୟାଙ୍ଗ ବାଣିଶ୍ରୀ ସହାୟତା ଯୋଗାଇ ଦେବାକୁ ଆବେଦନ କରିଥିବା ଜଣାପଡିଛି।ଏଥିରେ ପୂର୍ବତନ ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି,  ବିଭୂତି ଭୂଷଣ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ରାଧାକାନ୍ତ ମାହାଙ୍କୁଡ, ସରପଞ୍ଚ ବିଜୟ କୁମାର ପ୍ରଧାନ, ଦେବହରି ଗୌଡ, ଚିତ୍ରସେନ ଗୌଡ, ଡି.ସନ୍ତୋଷ କୁମାର ଦୋରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମି ପ୍ରକାଶିନୀ ଜାନୀ, କର୍ମଚାରୀ ଭଗବାନ ବେହେରା, ପ୍ରେମାନନ୍ଦ ପାଣିଗ୍ରାହୀ ଶିବିର ସଂଯୋଜନା କରିଥିବା ବେଳେ ବ୍ଲକର ଅନ୍ୟ ସମସ୍ତ କର୍ମଚାରୀ, ଅଙ୍ଗନବାଡି କର୍ମୀ, ଇକୋ କ୍ଲବ ସଦସ୍ୟ, ସ୍କାଉଟ ଗାଇଡ ଓ ଏନସିସି ଛାତ୍ରଛାତ୍ରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ